Fri. Dec 13th, 2019

ପୋଲିସ ଚଳାଉଥିଲେ ସେକ୍ସ ରାକେଟ୍‌

ନୂଆଦିଲ୍ଲୀ : ମଧ୍ୟ ପ୍ରଦେଶରେ ପୋଲିସ ଚଳାଉଥିଲେ ସେକ୍ସ ରାକେଟ୍‌। ଏହା ମାଧ୍ୟମରେ ରୋଜଗାର କରୁଥିଲେ ପୁଳା ପୁଳା ଟଙ୍କା। ଏବେ ସବୁକଥା ପର୍ଦ୍ଦାଫାଶ ହୋଇଛି। ଲୋକଲୋଚନାକୁ ଆସିଛି ପୋଲିସର ଅସଲ ଚେହେରା। ମଧ୍ୟପ୍ରଦେଶ ଟାଉନ ଥାନା ଅଧିକାରୀ ହରିଶ ଯାଦବ, ଏଏସ୍‌ଆଇ ବାହାରଦୂର ପଟେଲ, କନେଷ୍ଟବଳ ରୂପନ ରାଜୁ ଓ ସଂଘରତ୍ନା ସିଂହ ସେକ୍ସ ରାକେଟ୍‌ରେ ସମ୍ପୃକ୍ତ ବୋଲି ଭୋପାଳ ଆଇଜି ସୂଚନା ଦେଇଛନ୍ତି।

ସେପ୍ଟେମ୍ବର ୨୪ ତାରିଖରେ ଏହି ସେକ୍ସ ରାକେଟର ପର୍ଦ୍ଦାଫାଶ ହୋଇଥିଲା। ଏହି ରାକେଟର ଫସିଥିଲେ ଅଧିକାଂଶ ବିବାହିତ ଲୋକ ଓ ଛୋଟ ବ୍ୟବସାୟୀ। ସେମାନଙ୍କୁ କଲଗାର୍ଲ ମାଧ୍ୟମରେ ଫସାଇ ଆଦାୟ କରାଯାଉଥିଲା ଲକ୍ଷ ଲକ୍ଷ। ଟଙ୍କା ନଦେଲେ ଫସିବେ ବୋଲି ଧମକ ଦେଉଥିଲେ କଲଗାର୍ଲ। କିନ୍ତୁ ଗଲଗାର୍ଲ ଗିରଫ ହେବା ପରେ ସବୁ କଥା ଜଣାପଡିଛି। ଗଲଗାର୍ଲଙ୍କ ମୋବାଇଲରୁ ଏଏସଆଇ ବାହାରଦୂର ପଟେଲେ, କନେଷ୍ଟବଳ ରୂପନ ରାଜୁ ଓ ସଂଘରତ୍ନା ସିଂହଙ୍କ କଳା କାରନାମା ପଦାକୁ ଆସିଛି। ପୋଲିସ କରିଛି ଘଟଣାର ପର୍ଦ୍ଦାଫାଶ। ଆଉ ଜଣାପଡିଛି ବାହାଦୂର ପଟେଲ ଓ ସଂଘରତ୍ନ ସିଂହ ପୂର୍ବରୁ ଗଲଗାର୍ଲଙ୍କୁ ନେଇ ବ୍ୟବସାୟ କରୁଥିଲେ। ପ୍ରତ୍ୟେକ ଦିନ ସାଧାରଣ ଲୋକଙ୍କୁ ଫଶାଇବାକୁ ଉଦ୍ୟମ କରାଯାଉଥିଲା।

ଯେଉଁମାନେ ଜାଲରେ ଫସୁଥିଲେ ସେମାନଙ୍କ ଠାରୁ ଆଦାୟ ହେଉଥିଲା ଟଙ୍କା। ଏହାଛଡା ପୋଲିସ କର୍ମଚାରୀ ଠିକ୍‌ କରୁଥିବା ଗ୍ରାହକ ଦେଉଥିଲେ ମୋଟା ଅଙ୍କର ଅର୍ଥ। ଏପରିକି ଗୋଟିଏ କଲଗାର୍ଲଙ୍କୁ ୧୦ରୁ ୧୫ ହଜାର ଟଙ୍କା ପର୍ଯ୍ୟନ୍ତ ଟଙ୍କା ଦିଆଯାଉଥିଲା। ଏହି ସେକ୍ସ ରାକେଟର ସଂପୃକ୍ତ ତିନି ପୋଲିସ କର୍ମଚାରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ଅନ୍ୟମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଆଇଜିଙ୍କୁ ନିର୍ଦେଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *