Mon. Dec 16th, 2019

୪ଟି ସନ୍ତାନ ଜନ୍ମଦେଲେ ମହିଳା

ଭୁବନେଶ୍ବର: ଏକାଥରକେ ୪ଟି ସନ୍ତାନ ଜନ୍ମ ଦେଲେ ମହିଳା। ତେବେ ପୂର୍ଣ୍ଣ ବିକଶିତ ହୋଇନଥିବାରୁ ସମସ୍ତ ନବଜାତ ସନ୍ତାନଙ୍କ ମୃତ୍ୟୁ ଘଟିଛି। ସୁବର୍ଣ୍ଣପୁର ଜିଲ୍ଲା ଝିଙ୍କି ଗାଁର ମିନତି ମୁଣ୍ଡା ଆଜି ସକାଳୁ ୨ଟି ସନ୍ତାନକୁ ଜନ୍ମ ଦେଇଥିଲେ। ତେବେ ପୁର୍ନବାର ଯନ୍ତ୍ରଣା ହେବାରୁ ତାଙ୍କୁ ସୋନପୁର ମୁଖ୍ୟ ଡାକ୍ତରଖାନାକୁ ଅଣାଯାଇଥିଲା। ସେଠାରେ ସେ ଆଉ ୨ଟି ସନ୍ତାନକୁ ଜନ୍ମ ଦେଇଥିଲେ।

ପ୍ରିମେଚ୍ୟୁର୍ ଡେଲିଭରି ଯୋଗୁଁ  ଶିଶୁମାନେ ମୃତ୍ୟୁ ବରଣ କରିଥିବା ବେଳେ ମାଆ ସୁସ୍ଥ ଥିବା ଜଣାପଡିଛି। ସୋନପୁର ମେଡିକାଲରେ ତାଙ୍କର ଚିକିତ୍ସା ଚାଲିଛି।

Leave a Reply

Your email address will not be published. Required fields are marked *