Mon. Dec 16th, 2019

ରାମ ଲୀଳା ମୈଦାନରେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀ ଦ୍ୱାରିକାସ୍ଥିତ ସେକ୍ଟର ୧୦ ରାମ ଲୀଳା ମୈଦାନରେ ବିଜୟ ଦଶମୀ ଅବସରରେ ଅନୁଷ୍ଠିତ ରାବଣ ପୋଡି ଉତ୍ସବରେ ଯୋଗ ଦେଇଛନ୍ତି। ରାବଣର ପ୍ରତିକୃତିରେ ଅଗ୍ନି ସଂଯୋଗ କରି ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ବିଜୟା ଦଶମୀର ଶୁଭେଚ୍ଛା ଜଣେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଆମ ଦେଶରେ ପାଳନ କରାଯାଉଥିବା ପର୍ବ ପର୍ବାଣି ଆମ ସଂସ୍କୃତି ସହ ନିବିଡ ଭାବେ ଜଡିତ। ଏଥିରୁ ଆମେ ପାରମ୍ପରିକ ଭାରତୀୟ କଳା, ସଂଗୀତ ଏବଂ ନୃତ୍ୟ ବିଷୟରେ ଜ୍ଞାନ ଆହରଣ କରିଥାଉ। ମୋଦୀ କହିଛନ୍ତି, ପର୍ବ ପର୍ବାଣି ସମସ୍ତ ଭାରତୀୟଙ୍କୁ ଏକତା ସୂତ୍ରରେ ବାନ୍ଧି ରଖିଥାଏ।

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତରେ ପର୍ବପର୍ବାଣି ଶିକ୍ଷଣୀୟ। ସେ କହିଛନ୍ତି, ଭାରତ ହେଉଛି ଶକ୍ତି ସାଧନାର ପୀଠ। ଗତ ୯ଦିନ ଧରି ଆମେ ମା’ଙ୍କୁ ପୂଜା କରୁଛେ ତେଣୁ ଦେଶରେ ମହିଳାଙ୍କ ଆତ୍ମସମ୍ମାନ ବୃଦ୍ଧି ସହ ସେମାନଙ୍କ ସଶକ୍ତିକରଣ ପାଇଁ ଆମେ ସମସ୍ତେ ପ୍ରଚେଷ୍ଟା କରିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Leave a Reply

Your email address will not be published. Required fields are marked *