Mon. Dec 16th, 2019

ପାଦରେ ସୁନା ନୁହେଁ, ଚାନ୍ଦି ଗହଣା ମାନସିକ ଶାନ୍ତି ଦିଏ

ହିନ୍ଦୁ ଧର୍ମ ଶାସ୍ତ୍ରରେ ଅନେକ ନୀତି ନିୟମ ରହିଛି। କ’ଣ କରାଯିବା ଉଚିତ ଓ ଅନୁଚିତ ତାହା ମଧ୍ୟ କୁହାଯାଇଛି। ଏସବୁକୁ ବିଜ୍ଞାନ ଆଧାରରେ କରାଯାଇଛି। କିନ୍ତୁ ଧର୍ମକୁ ନେଇ ଦିଆଯାଇଛି ପରାମର୍ଶ। କୁହଳାଇଛି ଭାଗବାନ ବିଷ୍ଣୁଙ୍କର ସୁନା ବହୁତ ପ୍ରିୟ। ଭକ୍ତ ସୁନା ଗହଣା ଧାରଣ କରିବା ଦ୍ୱାରା ବିଷ୍ଣୁ ପ୍ରସନ୍ନ ହୁଅନ୍ତି। ତେଣୁ ବିଧି ଅନୁଯାୟୀ ସୁନା ଗହଣା ଶରୀରର ନାଭି ତଳକୁ ଧାରଣ କରିବା ଅଉଚିତ୍‌। ଏମିତି କଲେ ବିଷ୍ଣୁ ଅପମାନିତ ହୁଅନ୍ତି।

ଆହୁରି କୁହାଯାଇଛି ହଳଦିଆ ରଙ୍ଗ ମା’ ଲକ୍ଷ୍ମୀଙ୍କର ଖୁବ୍‌ ପ୍ରିୟ। ଯେହେତୁ ସୁନାର ରଙ୍ଗ ହଳଦିଆ ମା’ ଲକ୍ଷ୍ମୀଙ୍କର ପ୍ରିୟ। ଧନଦାତ୍ରୀ ମା’ ଲକ୍ଷ୍ମୀଙ୍କ କୃପାରୁ ମଣିଷ ଜୀବନରେ ଧନ ପ୍ରାପ୍ତି ହୋଇଥାଏ। ସେଥିପାଇଁ ମା’ଙ୍କ ସମ୍ମାନାର୍ଥେ ସୁନା ଗହଣା ନାଭି ତଳକୁ ବା ପାଦରେ ପିନ୍ଧାଯାଏନି। ପାଦରେ ଚାନ୍ଦିର ଗହଣା ପିନ୍ଧିବା ଶୁଭ। ଶରୀରକୁ ଏହା ଶୀତଳତା ପ୍ରଦାନ କରିଥାଏ। ଏହି ଶୀତଳତା ମହିଳାଙ୍କୁ ମାନସିକ ଶାନ୍ତି ଦେବାରେ ସହାୟକ ହୁଏ। ପାଦରେ ଚାନ୍ଦିର ଗହଣା ଅବା ପାଉଁଜି ପିନ୍ଧିଲେ ମନରେ ଆସୁଥିବା କ୍ରୋଧ ଦୂର ହୋଇଥାଏ ବୋଲି କେତେକ ବିଶ୍ଵାସ କରନ୍ତି।

Leave a Reply

Your email address will not be published. Required fields are marked *