Fri. Dec 13th, 2019

ଆଖୁରସ ଶରୀର ପାଇଁ ଅନେକ ଉପକାରୀ

ଗୋଟିଏ ଗ୍ଲାସ୍‌ ଆଖୁ ରସ ଥକାପଣକୁ ଦୂର କରେ। ମନରେ ଭରିଦିଏ ଫୂର୍ତ୍ତି। ଏହାଛଡା ଆଖୁରସର ଅନେକ ଉପକାରୀ ଗୁଣ ରହିଛି। ଏଥିରେ କ୍ୟାଲ୍‌ସିୟମ୍‌, ପୋଟାସିୟମ୍‌, ଆଇରନ୍‌, ମ୍ୟାଗ୍ନେସିୟମ୍‌ ଓ ଫସ୍‌ଫରସ୍‌ ପରି ରହିଛି ଅନେକ ପୋଷକ ତତ୍ତ୍ୱ। ହାଡ଼କୁ ମଜବୁତ୍‌ କରିବା ସହିତ ଦାନ୍ତକୁ କରିଥାଏ ଶକ୍ତ। ଆଖୁ ରସ ରକ୍ତଚାପ ସମସ୍ୟାକୁ ଦୂରକରି ଶରୀରରେ ରକ୍ତ ସଞ୍ଚାଳନକୁ ଠିକ୍ ରଖେ। ତେବେ ଆସନ୍ତୁ ଏ ସମ୍ପର୍କରେ ଜାଣିବା……..।

୧. ଆଖୁରସ ରୋଗ ପ୍ରତିରୋଧକ ଶକ୍ତିକୁ ଶୀଘ୍ର ବଢ଼ାଏ। ଜର, ଥଣ୍ଡା ବା କାଶରେ ପୀଡ଼ିତ ବ୍ୟକ୍ତି ଆଖୁ ରସ ପିଇଲେ ତୁରନ୍ତ ଫାଇଦା ମିଳେ।

୨. ଆଖୁ ରସରେ ପ୍ରଚୁର ପରିମାଣରେ ଆଣ୍ଟି-ଅକ୍ସିଡାଣ୍ଟ ରହିଛି। ଯାହାକି ଆଲର୍ଜି ଦୂର କରିବା ସହିତ ବିଭିନ୍ନ ଔଷଧରୁ ହେଉଥିବା ସାଇଡ୍‌ ଇଫେକ୍ଟରୁ ରକ୍ଷା କରିଥାଏ।

୩. ଆଖୁ ରସରେ ଭିଟାମିନ୍‌ ସି ଓ ମ୍ୟାଗ୍ନେସିୟମ୍‌ ରହିଛି। ଇଲେକ୍ଟ୍ରୋଲାଇଟ୍‌ସର ଏକ ବଢ଼ିଆ ଉତ୍ସ। ତେଣୁ ଖରାରେ ଅଧିକ ସମୟ ରହୁଥିଲେ ଆଖୁ ରସ ପିଇବା ଆବଶ୍ୟକ। ଏହାଦ୍ୱାରା ଶରୀରରେ ପୋଟାସିୟମ୍‌ ଓ ସୋଡିୟମ୍‌ର ମାତ୍ରା ସନ୍ତୁଳିତ ରହିଥାଏ। ଏହା ସହିତ ଶରୀର ହାଇଡ୍ରେଟ୍‌ ରହିଥାଏ।

୪. ଆଖୁ ରସ ଶରୀରରେ ପ୍ରୋଟିନ୍‌ର ସ୍ତରକୁ ସନ୍ତୁଳିତ ରଖେ। ୟୁରିନାଲ୍‌ ଇନ୍‌ଫେକସନ୍‌ର ଉପଚାରରେ ଏହା ବେଶ୍ ବଢ଼ିଆ କାମ କରିଥାଏ।

Leave a Reply

Your email address will not be published. Required fields are marked *