Mon. Dec 16th, 2019

ଗୋଲାପ ପାଖୁଡାରେ ଔଷଧୀୟ ଗୁଣ

ଗୋଲାପ ଫୁଲରେ ଔଷଧୀୟ ଗୁଣ ରହିଛି। ଏ କଥା ଅନେକଙ୍କୁ ଜଣା ନଥିବ। କିନ୍ତୁ କିଛି ରୋଗ ଦୂର କରିବାର ଶକ୍ତି ଏଇ ଗୋଲାପର ପାଖୁଡାରେ ରହିଛି। ଗୋଲାପ ଫୁଲରେ ମଧ୍ୟରେ ଫ୍ଲେବୋନଏଡ୍‌, ବାୟୋଫ୍ଲେବୋନଏଡ୍‌, ସାଇଟ୍ରିକ୍‌ ଏସିଡ୍‌, ଫ୍ରକ୍‌ ଟୋଜ୍‌ ବା ଫଳଶର୍କରା, ଟେନିନ୍‌ ଓ ଜିଙ୍କ ରହିହିବା ବିଶେଷଜ୍ଞ ମତ ଦିଅନ୍ତି। ଆସନ୍ତୁ ଏହାର ବ୍ୟବହାର।
୧- ଅର୍ଜୁନ ଛେଲି ସହ ଗୋଲାପ ପାଖୁଡାକୁ ସିଝାଇ ଅଧା କପ୍‌ ପିଇଲେ ହୃଦଘାତ ସମସ୍ୟା ଦୂରହୁଏ।
୨- ଗୋଲାପରେ ଭିଟାମିନ୍‌ ସି ଥିବାରୁ ଏହା ଆଣ୍ଠୁଗଣ୍ଠି ଦରଜ ଓ ହାଡକୁ ମଜଭୂତ ରଖିବାରେ ସାହାଯ୍ୟ କରେ।
୩- ଗ୍ରୀଷ୍ମ ଋତୁରେ ଗୋଲାପ ଫୁଲର ପେଷ୍ଟ ଲେପନ କଲେ ଶରୀର ଥଣ୍ଡା ରହେ। ୪- ଗୋଲାପ ପାଖୁଡା ଖାଇଲେ କୋଷ୍ଠକାଠିନ୍ୟ ସମସ୍ୟା ଦୂରକରେ।
୫- ଡିହାଇଡ୍ରେସନ୍‌ ଦୂର କରିବାରେ ସହାୟକ ହୋଇଥାଏ ଗୋଲାପ।
୬- ଗୋଲାପରେ ଆଣ୍ଟିଅକ୍ସିଡାଣ୍ଟ ଥିବାରୁ ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ।
୭-ଶରୀରର ଓଜନ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ ଗୋଲାପ।

Leave a Reply

Your email address will not be published. Required fields are marked *