Fri. Dec 13th, 2019

କେଶ ଝଡ଼ିବା ସମସ୍ୟାକୁ ଦୂର କରେ ହ୍ଵାଇଟ୍‌ ଟି

ସ୍ଵାସ୍ଥ୍ୟକୁ ସୁନ୍ଦର ଓ ସତେଜ ରଖିବା ସହିତ ଅନେକ ପ୍ରକାର ରୋଗରୁ ମୁକ୍ତ ରଖେ ହ୍ଵାଇଟ୍‌ ଟି। ମୋଟାପଣ ବା କୋଲେଷ୍ଟୋରଲ୍‌ ବୃଦ୍ଧି ରୋକିବାରେ ଏହା ବେଶ ସହାୟକ ହୁଏ। ଗ୍ରୀନ୍‌ ଟି ଉତ୍ପାଦନ ହେଉଥିବା ଗଛରୁ ମିଳିଥାଏ ହ୍ଵାଇଟ୍‌ ଟି। କିନ୍ତୁ ଗ୍ରୀନ୍‌ ଟି ତୁଳନାରେ ହ୍ଵାଇଟ୍‌ ଟି’ ବିଶେଷ ଲାଭଦାୟକ। ଏହା ଚାରୋଟି ନମୁନାରେ ଉପଲବ୍ଧ। ସିଲୋନ୍‌, ଆଫ୍ରିକାନ୍‌, ଦାର୍ଜିଲିଙ୍ଗ୍‌ ଓ ଆସାମ। ଏହି ଚା’ ଦୁର୍ଲଭ ହେବା ସାଙ୍ଗକୁ ମହଙ୍ଗା ମଧ୍ୟ। ଏଥିରେ ପ୍ରଚୁର ପରିମାଣରେ ଆଣ୍ଟିଅକ୍ସିଡାଣ୍ଟ ତତ୍ତ୍ୱ ରହିଛି। ଯାହା କୋଲେଷ୍ଟୋରଲ୍‌କୁ କମ୍‌ କରିବାରେ ସହାୟକ ହୋଇଥାଏ। ଏଥିସହ ଆଣ୍ଠୁଗଣ୍ଠି ଯନ୍ତ୍ରଣା, କ୍ୟାନ୍‌ସର୍‌, କେଶ ଝଡ଼ିବା, ରୂପି ଓ ରକ୍ତହୀନତା ସମସ୍ୟାରୁ ରକ୍ଷା କରିଥାଏ। ରକ୍ତ ସଞ୍ଚାଳନରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ। ଅନ୍ୟ ଚା’ ତୁଳନାରେ ହ୍ଵାଇଟ୍‌ ଟି ରେ କମ୍‌ ମାତ୍ରାର କଫିନ୍‌ ରହିଛି।

Leave a Reply

Your email address will not be published. Required fields are marked *