Mon. Dec 16th, 2019

ନୂଆବର୍ଷରୁ ଏନ୍‌ଇଏଫ୍‌ଟି ଦେୟମୁକ୍ତ

ନୂଆଦିଲ୍ଲୀ: ଆସନ୍ତା ବର୍ଷ ଜାନୁଆରୀରୁ ଏନ୍‌ଇଏଫ୍‌ଟି ଜରିଆରେ ଅର୍ଥ କାରବାର ପାଇଁ ବ୍ୟାଙ୍କ ଉପଭୋକ୍ତାମାନଙ୍କୁ ଶୁଳ୍କ ଦେବାକୁ ପଡ଼ିବନି। ସମସ୍ତ ବ୍ୟାଙ୍କ ଏହା ବାଧ୍ୟତାମୂଳକ ବୋଲି ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଆରବିଆଇ) ପକ୍ଷରୁ ଏକ ପ୍ରେସ୍‌ ବିବୃତ୍ତିରେ କୁହାଯାଇଛି। ଆରବିଆଇ ପକ୍ଷରୁ କହିଛି ଡିଜିଟାଲ ପେମେଣ୍ଟସ୍‌କୁ ପ୍ରୋତ୍ସାହନ ଦେବାପାଇଁ ଏହା କରାଯାଇଛି। ଜୁଲାଇ ଆର୍ଥିକ ନୀତି ସମୀକ୍ଷା ବୈଠକରେ ଆରବିଆଇ ପକ୍ଷରୁ କୁହାଯାଇଥିଲା ଏନ୍‌ଇଏଫ୍‌ଟି ଓ ଆରଟିଜିଏସ୍‌ କାରବାର ଦେୟମୁକ୍ତ ହେବା ନେଇ ଘୋଷଣା କରାଯାଇଥିଲେ ହେଁ ତାରିଖ ନିର୍ଦ୍ଧାରଣ ହୋଇନଥିଲା।

Leave a Reply

Your email address will not be published. Required fields are marked *