Fri. Dec 13th, 2019

କାରଭିତରେ ରୋମାନ୍ସ ବେଳେ ଧରା ପଡିଥିଲେ ଏଇ ଅଭିନେତ୍ରୀ

ମୁମ୍ବାଇ : କପିଲ ଶର୍ମା ଶୋରେ ଅଭିନେତ୍ରୀ ଅର୍ଚନା ପୂରଣ ସିଂହ ନିଜର କିଛି ବ୍ୟକ୍ତିଗତ କଥା ପ୍ରକାଶ କରିଥିଲେ। ସେ କହିଛନ୍ତି ବର୍ଷା ବେଳେ କାରରେ ରୋମାନ୍ସର ଅନୁଭୂତି ସମ୍ପୂର୍ଣ୍ଣ ନିଆରା। କିନ୍ତୁ ଏଇ ରୋମାନ୍ସ ସମୟରେ ପୋଲିସ ପହଞ୍ଚି କାର ଠକ୍‌ ଠକ୍‌ କରିଥିଲା।

ଅର୍ଚନା ପୂରଣ ସିଂହଙ୍କ ପ୍ରଥମ ବିବାହ ବିଚ୍ଛେଦ ହେବା ପରେ ରିଲେସନସିପ ଉପରୁ ତାଙ୍କର ବିଶ୍ଵାସ ତୁଟିଯାଇଥିଲା। ତେଣୁ ସେ ଦ୍ଵିତୀୟ ଥର କାହାକୁ ସୁଯୋଗ ଦେବାକୁ ଚାହୁଁନଥିଲେ। ସେହି ସମୟରେ ଅର୍ଚ୍ଚନାଙ୍କ ସହ ଦେଖା ହୋଇଥିଲେ ପରମିତ ସେଚ୍ଚୀ। ଧୀରେ ଧୀରେ ଦୁହେଁ ପରସ୍ପରଙ୍କୁ ପସନ୍ଦ କରିବାକୁ ଲାଗିଲେ। ଏମିତି ହେଲା କି କେହି କାହାଠାରୁ ଅଲଗା ହୋଇ ରହିପାରୁନଥିଲେ। ପରେ ଅର୍ଚ୍ଚନା ଓ ପରମିତ ନିଷ୍ପତ୍ତି ନେଇଥିଲେ ଉଭୟ ଗୋଟିଏ ଘରେ ରହିବେ। ମାନେ ବିବାହ ପୂର୍ବରୁ ଦୁହେଁ ରହିବେ ଲିଭ-ଇନ ରିଲେସନଶିପରେ।

ଲିଭ-ଇନ୍ ରିଲେସନରେ ରହିବା ପୂର୍ବରୁ ଥରେ ରାତିରେ ଦୁହେଁ ପରସ୍ପରଙ୍କୁ ଭେଟିବାକୁ ଯାଇଥିଲେ। କାର ଭିତରେ କରିଥିଲେ ରୋମାନ୍ସ। ଠିକ ଏହି ସମୟରେ ହଠାତ୍‌ ପହଞ୍ଚିଥିଲା ପୋଲିସ। ପୋଲିସ କାରର ଗ୍ଲାସ ଠକ୍‌ ଠକ୍‌ କରିବାରୁ ଅର୍ଚ୍ଚନା ଥରିବାକୁ ଲାଗିଥିଲେ। ତେବେ ସାହସର ସହ ଦୁହେଁ ବିବାହିତ ପୋଲିସକୁ କହିଥିଲେ। ଏହି ଖବର ତା’ପର ଦିନ ସବୁଆଡେ ଚର୍ଚ୍ଚାହେଲା। ଏସବୁ ସତ୍ତ୍ୱେ ଲୋକଙ୍କ ସମାଲୋଚନାକୁ ପଛରେ ପକାଇ ଦୁହେଁ ଲିଭ-ଇନ୍‌ରେ ରହିଲେ। ୧୯୯୨ ମସିହା ଜୁନ ମାସ ୩୦ ତାରିଖରେ ଅର୍ଚ୍ଚନା ଓ ପରମିତ ବିବାହ କରିଥିଲେ।

Leave a Reply

Your email address will not be published. Required fields are marked *