Mon. Dec 16th, 2019

ନକଲି ଡାକ୍ତର ଗିରଫ

ଭୁବନେଶ୍ଵର : ରାଉରକେଲା ପୋଲିସ ଆଜି ସକାଳେ ଜଣେ ନକଲି ଡାକ୍ତରଙ୍କୁ ଗିରଫ କରିଛି। ସେ ଜାଲ୍ ସାର୍ଟିଫିକେଟ୍ ଦେଇ ନୁଆଗାଁ ହସ୍ପିଟାଲରେ ଚାକିରି କରୁଥିଲେ। ଏନେଇ ଅଭିଯୋଗ ପାଇବା ପରେ ପୋଲିସ ସଂପୃକ୍ତ ଡାକ୍ତରଙ୍କୁ ତାଙ୍କ ସେକ୍ଟର ୧୫ ସ୍ଥିତ ବାସଭବନରୁ ଉଠାଇନେଇଥିଲା। ପରେ ତାଙ୍କୁ ଟାଉନ ଥାନାରେ ଜେରା କରିବା ପରେ ଗିରଫ କରାଇଯାଇଛି। ନକଲି ଡାକ୍ତରଜଣଙ୍କ ହେଉଛନ୍ତି ପଦ୍ମନାଭନ ମୁଖୀ କାରୁଆ। ଗତ ୩ ବର୍ଷ ଧରି ଜାଲ ସାର୍ଟିଫିକେଟରେ ଚାକିରି କରୁଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *