Mon. Dec 16th, 2019

ଅର୍ଥ ଆତ୍ମସାତ ପାଇଁ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଚାକିରି ଗଲା

ଭୁବନେଶ୍ୱର: ଜଳସଂପଦ ବିଭାଗରେ କାର୍ଯ୍ୟରତ ସହକାରୀ ନିର୍ବାହୀ ଯନ୍ତ୍ରୀ ସଂଜୟ କୁମାର ଚୌଧୁରୀଙ୍କୁ ସରକାରୀ ଚାକିରିରୁ ବରଖାସ୍ତ କରାଯାଇଛି। ଅର୍ଥ ଆତ୍ମସାତ ଅଭିଯୋଗରେ କଟକ ସ୍ୱତନ୍ତ୍ର ନ୍ୟାୟାଧୀଶ (ଦୁର୍ନୀତି ନିବାରଣ) ଉଭୟ ଜେଲ୍‌ ଓ ଆଥର୍କ ଜରିମାନାରେ ଦଣ୍ଡିତ କରିବା ପରେ ରାଜ୍ୟ ସରକାରଙ୍କ ଅନୁମୋଦନ କ୍ରମେ ଜଳସଂପଦ ବିଭାଗ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଶ୍ରୀ ଚୌଧୁରୀ ପୂର୍ବରୁ ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ୍‌ରେ ଷ୍ଟାଇପେଣ୍ଡାରୀ ଇଂଜିନିୟର ଭାବେ ନିଯୁକ୍ତି ପାଇଥିଲେ। ତାଙ୍କ ନାମରେ ସାଂସଦ ପାଣ୍ଠି ବିନିଯୋଗରେ ନିର୍ମିତ ସାଂସ୍କୃତିକ କେନ୍ଦ୍ର ନିର୍ମାଣ ପାଇଁ ୧୦,୧୯୭ ଟଙ୍କାର ମିଥ୍ୟା ବିଲ୍‌ ପ୍ରସ୍ତୁତ କରିଥିବା ଅଭିଯୋଗ ହୋଇଥିଲା। ଏହି ଅଭିଯୋଗର ଶୁଣାଣି କରି ସ୍ୱତନ୍ତ୍ର ନ୍ୟାୟାଧୀଶ (ଦୁର୍ନୀତି ନିବାରଣ) ତାଙ୍କୁ ଦଣ୍ଡିତ କରିଛନ୍ତି।

Leave a Reply

Your email address will not be published. Required fields are marked *