Mon. Dec 16th, 2019

ଚନ୍ଦ୍ରଯାନ-୨ ପଠାଇଲା ଥ୍ରୀଡି ଫଟୋ

ନୂଆଦିଲ୍ଲୀ : ଭାରତର ଚନ୍ଦ୍ରଯାନ-୨ର ଟେରିନ ମ୍ୟାପିଂ କ୍ୟାମେରା ଚନ୍ଦ୍ରର ଏକ ଥ୍ରୀଡି ଫଟୋ ପ୍ରେରଣ କରିଛି। ପ୍ରାୟ ୧୦୦ କିଲୋମିଟର ଅର୍ବିଟରରୁ ଏହି ଫଟୋ ନିଆଯାଇଛି। ଏଥିରେ ଚନ୍ଦ୍ରର ଭୂପୃଷ୍ଠରେ ଥିବା ଗର୍ତ୍ତ, ଲାଭା, ରିଲେସ (ଲାଭା ଫାଟିବା ପରେ ଉତ୍ପନ ହୋଇଥିବା ସ୍ଥାନ) ସହିତ ଅନେକ ଫଟୋ ରହିଛି। ଏସବୁ ଭବିଷ୍ୟତର ଗବେଷଣା ପାଇଁ ମହତ୍ଵପୂର୍ଣ୍ଣ ସାବ୍ୟସ୍ତ ହୋବ। ଉଲ୍ଲେଖଯୋଗ୍ୟ ଯେ ୯୭୮ କୋଟି ଟଙ୍କା ବ୍ୟୟରେ ନିର୍ମିତ ଚନ୍ଦ୍ରଯାନ-୨କୁ ଗତ ଜୁଲାଇ ୨୨ରେ ନେଲ୍ଲୋର ଜିଲ୍ଲାର ଶ୍ରୀହରିକୋଟା ସ୍ଥିତ ସତୀଶ ଧାଓ୍ଵନ ଅନ୍ତରୀକ୍ଷ କେନ୍ଦ୍ରରୁ ଉତକ୍ଷେପଣ କରାଯାଇଥିଲା।

Leave a Reply

Your email address will not be published. Required fields are marked *