Mon. Dec 16th, 2019

ତିରୁପତିରେ ଦୀପିକା-ରଣବୀର ପାଳିଲେ ବିବାହ ବାର୍ଷିକୀ

ମୁମ୍ବାଇ: ଅଭିନେତ୍ରୀ ଦୀପିକା ପଦୁକୋନ୍‌ ଓ ଅଭିନେତା ରଣବୀର ସିଂହ ଗୁରୁବାର ବିବାହର ପ୍ରଥମ ବାର୍ଷିକୀ ପାଳନ କରିଛନ୍ତି। ଏହି ଅବସରରେ ଦୁହେଁ ପରିବାର ସହିତ ତିରୁପତିରେ ଭେଙ୍କେଟେଶ୍ୱର ମନ୍ଦିରକୁ ଯାଇ ଆଶୀର୍ବାଦ ନେଇଛନ୍ତି।

ପ୍ରଥମ ବିବାହ ବାର୍ଷିକୀ ପାଳନ ଅବସରରେ ଦୀପିକା ଡିଜାଇନର ସବ୍ୟସାଚୀ ଡିଜାଇନ୍‌ କରିଥିବା ଲାଲରଙ୍ଗର ଶାଢ଼ି ପିନ୍ଧିଥିବା ବେଳେ ଗଳାରେ ମଙ୍ଗଳସୂତ୍ର ଓ ମଥାରେ ସିନ୍ଦୁର ଲଗାଇଥିବା ନଜର ଆସୁଛନ୍ତି। ସେହିପରି ରଣବୀର ସିଂହ ବି ଡିଜାଇନର ସବ୍ୟସାଚୀଙ୍କ ଦ୍ୱାରା ଡିଜାଇନ୍‌ କରାଯାଇଥିବା ଅଫ୍‌-ହ୍ଵାଇଟ୍‌ ସେରଓ୍ଵାନି ସହିତ ନେହେରୁ ଜ୍ୟାକେଟ ପିନ୍ଧିଛନ୍ତି। ଏଥିସହ ଗୋଲାପୀ ରଙ୍ଗର ବନାରସୀ ସାଲ ବି ଘୋଡାଇ ହୋଇଛନ୍ତି। ଦୀପିକା ଓ ରଣବୀର ଦୁହେଁ ଇନ୍‌ଷ୍ଟାଗ୍ରାମ୍‌ରେ ନିଜର ଏହି ପ୍ରଥମ ବାର୍ଷିକୀ ଫଟୋ ସେୟାର କରିଛନ୍ତି। ନଭେମ୍ବର ୧୫ରେ ଦୁହେଁ ଅମ୍ରିତସରର ଗୋଲଡେନ୍‌ ଟେମ୍ପୁଲରେ ଦର୍ଶନ ସାରି ମୁମ୍ବାଇ ଫେରିବେ ବୋଲି ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *