Sat. Dec 14th, 2019

ଦୁଷ୍କର୍ମ ପରେ ଗର୍ଭବତୀ ହୋଇଛନ୍ତି ‘କହାନୀ ଘର ଘର କୀ’ର ଅଭିନେତ୍ରୀ,

ମୁମ୍ବାଇ: ଟେଲି ଧାରାବାହିକ ‘କହାନୀ ଘର ଘର କୀ’ର ଅଭିନେତ୍ରୀ ଜଣେ ଜୁନିଅର କଳାକାରଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି କି ହରିଆଣାର ଯମୁନା ନଗରର ଏହି କଳାକାର ଜଣକ ତାଙ୍କୁ ଦୁଷ୍କର୍ମ କରିବା ଯୋଗୁ ସେ ଗର୍ଭବତୀ ହୋଇଥିଲେ। ଏପରି ଅଭିଯୋଗ ଆଣିଥିବା ଅଭିନେତ୍ରୀ ଜଣକ ‘କହାନୀ ଘର ଘର କୀ’ ବ୍ୟତୀତ ‘ଦେଶ ମେ ନିକଲା ହୋଗା ଚାନ୍ଦ‘ ଏବଂ ‘ନାଚ ବାଲିଆଁ’ ଆଦିରେ ନଜର ଆସିଥିଲେ। ତାଙ୍କର ଜୁନିଅର କଳାକାର ଜଣକ ତାଙ୍କୁ ‌ଏକ ହୋଟେଲ୍‌ ରୁମ୍‌ରେ ଦୁଷ୍କର୍ମ କରିଥିଲେ ବୋଲି ସେ ଅଭିଯୋଗ ଆଣିଛନ୍ତି।

ଅଭିନେତ୍ରୀ ଜଣକ କହିଛନ୍ତି ସେ ଗର୍ଭବତୀ ବୋଲି ଜାଣିବା ପରେ କନିଷ୍ଠ କଳାକାର ଜଣଙ୍କୁ ତାଙ୍କୁ ବିବାହ କରିବାକୁ କହିଲେ। ମାତ୍ର ସେ ବିବାହ କରିବାକୁ ମନା କରି ଦେଇଛନ୍ତିି। ଯମୁନାନଗର ପୋଲିସ୍‌ ଷ୍ଟେସନ୍‌ରେ ଅଭିନେତ୍ରୀ ଅଭିଯୋଗ କରିବା ପରେ ଅଭିଯୁକ୍ତ କେଉଁ ଆଡ଼େ ଫେରାର୍‌ ହୋଇ ଯାଇଛନ୍ତି। ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଅଭିଯୁକ୍ତଙ୍କ ପରିବାର ଲୋକ ତାଙ୍କୁ ସମର୍ଥନ କରୁଛନ୍ତି। ଅଭିନେତ୍ରୀ ଅଭିଯୋଗ ଆଣିଛନ୍ତି ଯେ ତାଙ୍କ ଘର ଲୋକ ସବୁ ଜାଣି ସୁଦ୍ଧା ମୋତେ ସାହାଯ୍ୟ କରିବାକୁ ମନା କରୁଛନ୍ତି।

Leave a Reply

Your email address will not be published. Required fields are marked *