Sat. Dec 14th, 2019

୧୦୪କୁ ଫୋନ୍‌ କଲେ ଡାକ୍ତରୀ ପରାମର୍ଶ ମିଳିବ

ଭୁବନେଶ୍ୱର : ଆଜିଠାରୁ ୧୦୪କୁ ଫୋନ୍‌ କଲେ ସ୍ୱାସ୍ଥ୍ୟ ସମ୍ପର୍କିତ ସୂଚନା। ନିକଟତମ ହସ୍ପିଟାଲ, ଔଷଧାଳୟ, ରକ୍ତ ଭଣ୍ଡାର, ସ୍ୱତନ୍ତ୍ର ନିଦାନ ଓ ନିକଟରେ କେଉଁଠି ଡାଏଲେସିିସ୍‌ ସେବା ମିଳୁଛି ସେ ସମ୍ପର୍କରେ ସୂଚନା ମିଳି ପାରିବ।

ଏହାଛଡା ଡାକ୍ତରଙ୍କୁ ସିଧାସଳଖ ଫୋନ୍‌ କରି ପରାମର୍ଶ ନେଇ ପାରିବେ। ୧୦୪ କଲ୍‌ ସେଣ୍ଟରରେ ଏମ୍‌ବିବିଏସ୍‌ ଡାକ୍ତର ରହିବେ। ସକାଳ ୯ଟାରୁ ଅପରାହ୍ନ ୫ଟା ଯାଏ ସେ ବିଭିନ୍ନ ପରାମର୍ଶ ଦେବେ। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସମ୍ପର୍କରେ ମଧ୍ୟ କଲ୍‌ ସେଣ୍ଟରରୁ ରୋଗୀ ତଥ୍ୟ ପଚାରି ପାରିବେ। କେଉଁ ହସ୍ପିଟାଲ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ପଞ୍ଜିକୃତ ହୋଇଛି। ଆଉ ସେଠାରେ କ’ଣ ସୁବିଧା ରହିଛି। ମାନସିକ ସ୍ୱାସ୍ଥ୍ୟ, କିଶୋର ସ୍ୱାସ୍ଥ୍ୟ, ଆତ୍ମହତ୍ୟା ନିବାରଣ, ପରିବାର ନିୟୋଜନ, ଏଚ୍‌ଆଇଭି ସମ୍ପର୍କିତ ପରାମର୍ଶ, ଆଶୁ ଚିକିତ୍ସା, ପୋଷଣ, ସ୍ୱଚ୍ଛତା, ମା ଓ ଶିଶୁ ସ୍ୱାସ୍ଥ୍ୟ ଜନିତ ସମସ୍ୟା, ମହାମାରୀର ପ୍ରଭାବ ଓ ସଂକ୍ରମଣର ପ୍ରତିକାର ପାଇଁ ପରାମର୍ଶ ଦିଆଯିବ।

Leave a Reply

Your email address will not be published. Required fields are marked *