Sat. Dec 14th, 2019

ଗଣମାଧ୍ୟମ ଉପଦେଷ୍ଟା ମାନସ ମଙ୍ଗରାଜଙ୍କୁ ଅଧିକ ଦାୟିତ୍ୱ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଗଣମାଧ୍ୟମ ଓ ଲୋକସମ୍ପର୍କ ଉପଦେଷ୍ଟା ମାନସ ରଞ୍ଜନ ମଙ୍ଗରାଜଙ୍କ ଉପରେ ପୁଣି ଆସ୍ଥା ପ୍ରକଟ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତାଙ୍କ ଦକ୍ଷତା ଓ ନିଷ୍ଠା ଉପରେ ଭରସା ରଖି ମୁଖ୍ୟମନ୍ତ୍ରୀ ତାଙ୍କୁ ଅଧିକ ଗୁରୁ ଦାୟିତ୍ୱ ଦେଇଛନ୍ତି। ଏଣିକି ଶ୍ରୀ ମଙ୍ଗରାଜ ରାଜ୍ୟର ସମସ୍ତ ବୈଦ୍ୟୁତିକ ଓ ମୁଦ୍ରିତ ଗଣମାଧ୍ୟମର ବିଜ୍ଞାପନ ସମ୍ପର୍କିତ ଚୂଡ଼ାନ୍ତ ନିଷ୍ପତ୍ତି ନେବେ।

ଏହାଛଡ଼ା ସାମ୍ବାଦିକମାନଙ୍କ କଲ୍ୟାଣ ସମ୍ପର୍କରେ ସରକାର କିପରି ଉଚିତ ପଦକ୍ଷେପ ନେବେ ସେ ସମ୍ପର୍କରେ ଶ୍ରୀ ମଙ୍ଗରାଜ ନିଷ୍ପତ୍ତି ନେବା ସହ ସରକାରଙ୍କୁ ସୁପାରିସ ମଧ୍ୟ କରିବେ। ଆଗକୁ ସାମ୍ବାଦିକମାନଙ୍କ ସମସ୍ୟା ଓ ଏହାର ସମାଧାନ ଦିଗରେ କି ପଦକ୍ଷେପ ନେଇହେବ ସେ ତା’ର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିବେ। ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ଶ୍ରୀ ମଙ୍ଗରାଜ ସମ୍ମାନିତ ଅତିଥି ଭାବେ ଯୋଗଦେବେ। ଶ୍ରୀ ମଙ୍ଗରାଜ ନିଜ ମୂଳ ଦାୟିତ୍ୱ ସହ ଏହି ଅତିରିକ୍ତ ଦାୟିତ୍ୱ ସ୍ୱତନ୍ତ୍ର ଭାବେ ସମ୍ଭାଳିବେ।

ଉଲ୍ଲେଖଯୋଗ୍ୟ, ଶ୍ରୀ ମଙ୍ଗରାଜଙ୍କ ଦୀର୍ଘ ବର୍ଷର ସାମ୍ବାଦିକତା ଅଭିଜ୍ଞତାକୁ ବିନିଯୋଗ କରିବାକୁ ରାଜ୍ୟ ସରକାର ତାଙ୍କୁ ଗଣମାଧ୍ୟମ ଉପଦେଷ୍ଟା ଭାବେ ନିଯୁକ୍ତି ଦେଇଥିଲେ । ତାଙ୍କର କିଛି ଦିନର କାର୍ଯ୍ୟକଳାପରେ ସରକାରଙ୍କ ଯୋଜନା ଓ କାର୍ଯ୍ୟକ୍ରମ ଓଡ଼ିଶାବାସୀଙ୍କ ନିକଟରେ ଠିକଣା ଭାବେ ପହଞ୍ଚି ଥିବାରୁ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରି ଏହି ଅତିରିକ୍ତ ଦାୟିତ୍ୱ ଦେଇଛନ୍ତି । ନୂଆ ଦାୟିତ୍ୱକୁ ନିଷ୍ଠାର ସହ ତୁଲାଇବେ ବୋଲି ଶ୍ରୀ ମଙ୍ଗରାଜ କହିଛନ୍ତି ।

Leave a Reply

Your email address will not be published. Required fields are marked *