Sat. Dec 14th, 2019

ଗୋତବାୟା ରାଜପକ୍ଷେ ଶ୍ରୀଲଙ୍କାର ରାଷ୍ଟ୍ରପତି ଭାବେ ନିର୍ବାଚିତ

ନୂଆଦିଲ୍ଲୀ: ଶ୍ରୀଲଙ୍କାର ପୂର୍ବତନ ଯୁଦ୍ଧକାଳୀନ ପ୍ରତିରକ୍ଷା ମୁଖ୍ୟ ଗୋତବାୟା ରାଜପକ୍ଷେ ରବିବାର ଦିନ ନୂତନ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି।

ଇଷ୍ଟର୍‌ ରବିବାର ବୋମା ବିସ୍ଫୋରଣ ଯୋଗୁଁ ପୁଞ୍ଜିଲଗାଣକାରୀଙ୍କ ବିଶ୍ୱାସ ତୁଟିଯିବା ଓ ପର୍ଯ୍ୟଟନ ସେକ୍ଟର୍‌ ବାଧାପ୍ରାପ୍ତ ହେବାରୁ ବିଗତ ୧୫ ବର୍ଷ ମଧ୍ୟରେ ଜଟିଳ ଆର୍ଥିକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏଥିରୁ ଦେଶକୁ ମୁକୁଳାଇବା ପାଇଁ ଶ୍ରୀଲଙ୍କାର ନାଗରିକ ନୂଆ ରାଷ୍ଟ୍ରପତିଙ୍କୁ ନିର୍ବାଚିତ କରିବାକୁ ଶନିବାର ବହୁ ସଂଖ୍ୟାରେ ଭୋଟ୍‌ ଦେଇଥିଲେ। ୭୦ ବର୍ଷିୟ ଅବସରପ୍ରାପ୍ତ ଲେଫ୍‌ଟ୍‌ନାଣ୍ଟ୍‌ କର୍ଣ୍ଣେଲ୍‌ ଗୋତବାୟା ୪୮. ୨% ଭୋଟ୍‌ ପାଇଥିବା ବେଳେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଗୃହନିର୍ମାଣ ମନ୍ତ୍ରୀ ୫୨ ବର୍ଷିୟ ସଜିତ ପ୍ରେମଦାସଙ୍କୁ ୪୫. ୫% ଭୋଟ୍‌ ମିଳିଛି।

Leave a Reply

Your email address will not be published. Required fields are marked *