Sat. Dec 14th, 2019

ତଣ୍ଟିରେ ଗୋଡ଼ଦେଇ ବୃଦ୍ଧଙ୍କୁ ହତ୍ୟା

ଭୁବନେଶ୍ଵର : ଜମି ବିବାଦକୁ କେନ୍ଦ୍ର କରି କନ୍ଧମାଳ ଜିଲ୍ଲା ସାରଙ୍ଗଡ଼ ଥାନା ଅନ୍ତର୍ଗତ ପିପଳ ପଙ୍ଗା ଗାଁରେ ଘଟିଛି ହତ୍ୟାକାଣ୍ଡ। ଯୋଗେଶ୍ୱର ପ୍ରଧାନ ନାମକ ଜଣେ ବୃଦ୍ଧଙ୍କ ତଣ୍ଟିକୁ ଗୋଡ଼ରେ ଚାପି ହତ୍ୟା କରାଯାଇଥିବା ତାଙ୍କ ପୁଅ ଥାନାରେ ଅଭିଯୋଗ କରିଛନ୍ତି।

ଖବର ଅନୁଯାୟୀ ଗତକାଲି ରାତିରେ ଯୋଗେଶ୍ୱର ନିଜ ଘର ପିଣ୍ଡାରେ ବସିଥିଲେ। ଗାଁର ନୋଜାର ପ୍ରଧାନ ହଠାତ୍ ସେଟାକୁ ଚାଲିଆସି ଗାଳିଗୁଲଜ କରିବା ସହ ବାଡ଼େଇ ଥିଲେ। ଯୋଗେଶ୍ୱର ତଳେ ପଡ଼ିଯିବାରୁ ତାଙ୍କ ବେକକୁ ନୋଜର ଗୋଡ଼ରେ ଚାପି ଧରିବାରୁ ଘଟଣାସ୍ଥଳରେ ଯୋଗେଶ୍ୱରଙ୍କ ମୃତ୍ୟୁ ଘଟିଥିଲା।

Leave a Reply

Your email address will not be published. Required fields are marked *