Sat. Dec 14th, 2019

ଟାଙ୍ଗୀରେ ବିପୁଳ ପରିମାଣର ନକଲି ସିମେଣ୍ଟ ଜବତ

ଭୁବନେଶ୍ଵର : ଟାଙ୍ଗୀ ଥାନା ଅନ୍ତର୍ଗତ ମଙ୍ଗୁଳି ଛକ ନିକଟ ଏକ ଘରୁ ବିପୁଳ ପରିମାଣର ନକଲି ସିମେଂଟ ଜବତ କରାଯାଇଛି। ପୋଲିସ ପାଟ୍ରୋଲିଂ ବେଳେ ନକଲି କାରଖାନା ଚାଲିଥିବା ଖବର ପାଇ ଚଢ଼ଉ କରିଥିଲା। ଚଢ଼ାଉ ସମୟରେ ବିଭିନ୍ନ ନାମିଦାମୀ କମ୍ପାନୀର ବ୍ରାଣ୍ଡ ଥିବା ନକଲି ସିମେଂଟ ବସ୍ତା ଜବତ ହୋଇଛି। ଅସଲି ବ୍ରାଣ୍ଡର ଜରି ବସ୍ତାରେ ସେଠାରୁ ଶହ ଶହ ବସ୍ତା ନକଲି ସିମେଂଟ ଚାଲାଣ ହେଉଥିଲା। ଏହାଛଡା ବହୁ ପରିମାଣର ନକଲି ଜରି ବସ୍ତା ଜବତ କରି ପୋଲିସ ଘରକୁ ସିଲ୍‌ କରି ଅଧିକ ତଦନ୍ତ କରୁଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *