Sat. Dec 14th, 2019

ସଂସଦର ଶୀତ ଅଧିବେଶନରେ ବିଜେଡି ଉଠାଇବ ବିଭିନ୍ନ ପ୍ରସଙ୍ଗ

ଭୁବନେଶ୍ୱର : ଆସନ୍ତା କଳିଠାରୁ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହେବ। ଡିସେମ୍ବର ୩୧ ଯାଏଁ ଚାଲିବାକୁ ଥିବା ଏହି ଅଧିବେଶନର ପୂର୍ବରୁ ବିଜୁ ଜନତା ଦଳ ବିଭିନ୍ନ ପ୍ରସଙ୍ଗ ଉଠାଇବାକୁ ପ୍ରସ୍ତୁତ ହୋଇଛି। ଦେଶର ୧୭ଟି ଆଇକନିକ ପର୍ଯ୍ୟଟନସ୍ଥଳୀ ତାଲିକାରେ ଓଡ଼ିଶାରୁ ଗୋଟିଏ ନଥିବାରୁ ବିଜେଡ଼ି ସାଂସଦମାନେ ଏହି ପ୍ରସଙ୍ଗ ଉଠାଇବେ। ସେହିପରି କଟକ ବାଲିଯାତ୍ରାକୁ ହେରିଟେଜ୍‌ ମାନ୍ୟତା, ଡିଷ୍ଟ୍ରିକ୍‌ ମିନେରାଲ ଫଣ୍ଡ ଉପରୁ ଆୟକର ଉଚ୍ଛେଦ, କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ଫି ବୃଦ୍ଧି, ପୋଲାଭରମ ପ୍ରକଳ୍ପ, ଆବାସ ଯୋଜନାରେ ବକେୟା ରାଶି ପ୍ରଦାନ କଥା ମଧ୍ୟ ଉତଥାପନ କରାଯିବ ବୋଲି ବିଜେଡି ଜାତୀୟ ମୁଖପାତ୍ର ସସ୍ମିତ ପାତ୍ର ସୂଚନା ଦେଇଛନ୍ତି। ସେହିପରି କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ବିଜେଡି ସାଂସଦ ପିନାକୀ ମିଶ୍ର ଓଡ଼ିଶାରେ ବିଧାନ ପରିଷଦ ଗଠନ ବିଲକୁ ଏହି ଅଧିବେଶନରେ ଆଗତ କରିବାକୁ ଦାବି ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *