Sat. Dec 14th, 2019

ଜମ୍ମୁ-କଶ୍ମୀର: ଆଇଡି ବିସ୍ଫୋରଣରେ ଜଣେ ଯବାନ ସହିଦ, ୨ଆହତ

ନୂଆଦିଲ୍ଲୀ : ଜମ୍ମୁ-କଶ୍ମୀରର ପଲନୱାଲା ସେକ୍ଟର ନିୟନ୍ତ୍ରଣ ରେଖା ନିକଟରେ ଆଇଇଡି ବିସ୍ଫୋରଣ ହୋଇଛି ଏହି ବିସ୍ଫୋରଣ ସେନାର ଜଣେ ଯବାନ ସହିଦ ହୋଇଥିବା ବେଳେ ୨ଜଣ ଆହତ ହୋଇଛନ୍ତି। ସେନା ପକ୍ଷରୁ ଜଣାପଡିଛି ଯେ ପୋଲିସମାନେ ସେନା ଟ୍ରକ୍‌ରେ ବୁଲୁଥିବା ବେଳେ ଏହି ବିସ୍ଫୋରଣ ଘଟିଥିଲା। ଆହତମାନଙ୍କୁ ଉଦମପପୁରରେ ଥିବା ସେନା ହସ୍ପିଟାଲ୍‌କୁ ନିଆଯାଇଛି। ଏହାବ୍ୟତୀତ ରାଜୌରୀ ଜିଲ୍ଲାର ନୌସେରା ସେକ୍ଟରରେ ପାକିସ୍ତାନ ପୁଣି ଥରେ ଅସ୍ତ୍ର ବିରତି ଉଲ୍ଲଂଘନ କରିଥିବା ଖବର ମିଳିଛି। ସ୍ଥାନୀୟ ଅଞ୍ଚଳରର ସାଧାରଣ ଜନତାଙ୍କୁ ଟାର୍ଗେଟ କରି ପାକିସ୍ତାନ ପଟୁ ଦୀର୍ଘ ସମୟ ଧରି ଗୁଳି ଚାଳନା ହୋଇଥିଲା।

Leave a Reply

Your email address will not be published. Required fields are marked *