Sat. Dec 14th, 2019

ଡ୍ରେନ ଜଗିବ ବିଏମ୍‌ସି ସ୍କ୍ଵାର୍ଡ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ଵରର ରାସ୍ତାକଡ଼ ଡ୍ରେନରେ ଏଣିକି ଆଉ ଅଳିଆ ଆବର୍ଜନା ଫିଙ୍ଗି ହେବନି। ଡ୍ରେନକୁ ଆବର୍ଜନା ମୁକ୍ତ କରିବା ପାଇଁ ଭୁବନେଶ୍ୱର ମହାନଗର ନିଗମ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଛି। ଜଗିବା ପାଇଁ ବିଏମ୍‌ସି ଗଠନ କରିଛି ସ୍କ୍ଵାର୍ଡ। ଏଥିରେ ବିଏମସି, ପୁଲିସ, ଟ୍ରାଫିକ ଓ ଆରଟିଓ କର୍ମଚାରୀ ରହିବେ। ଏହି ସ୍କ୍ଵାର୍ଡ ଦୂରରେ ରହି ଲୋକମାନଙ୍କର ଗତିବିଧିକୁ ଲକ୍ଷ୍ୟ କରିବା ସହିତ ଆବଶ୍ୟକ ହେଲେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରିବ ବୋଲି ଜଣାପଡିଛି।

ସୂଚନା ଅନ୍ୟଯାୟୀ ବିଏମସି ୨ଟି ଏନଫୋର୍ସମେଣ୍ଟ ସ୍କ୍ଵାର୍ଡ ଗଠନ କରିଛି। ଏହି ସ୍କ୍ଵାର୍ଡ ବେଆଇନ ଭାବେ ରାସ୍ତା କଡ଼ର ଡ୍ରେନ୍‌କୁ ଆବର୍ଜନା ଫିଙ୍ଗୁଥିବା ଲୋକଙ୍କୁ ଜଗିବ। ଫାୟାର ଷ୍ଟେସନ, ସିଆରପି, ଷ୍ଟେସନ ଛକ, ଜୟଦେବ ବିହାର, ଆଚାର୍ଯ୍ୟ ବିହାର, ଖଣ୍ଡଗିରି ଓ ଲିଙ୍ଗିପୁରରୁ ପଲାସୁଣି ଅଞ୍ଚଳକୁ ଏନ୍‌ଫୋର୍ସମେଣ୍ଟ ସ୍କ୍ଵାର୍ଡ ଅଧିକ ଗୁରୁତ୍ୱ ଦେବ। ଏହାଛଡା ସହରର ଅନ୍ୟ ସମ୍ବେଦନଶୀଳ ଅଂଚଳ ଉପରେ ନଜର ରଖିବ।

Leave a Reply

Your email address will not be published. Required fields are marked *