Sat. Dec 14th, 2019

ଥାନାରେ ପୋଲିସଙ୍କୁ ମାଡ

ଭୁବନେଶ୍ଵର : ଥାନାରେ ପୋଲିସ ଅଧିକାରୀଙ୍କୁ ନିସ୍ତୁକ ମାଡ଼। ଏଭଳି ଘଟଣା କଟକ ଜିଲ୍ଲା ଆଠଗଡ଼ ଥାନା ଭିତରେ ଘଟିଛି। ଜଣେ ନିଶାସକ୍ତ ଯୁବକ ଏହି ଉନ୍ମତ୍ତକାଣ୍ଡ ଘଟାଇଥିବା ଅଭିଯୋଗ ହୋଇଛି ।

ଖବର ଅନୁଯାୟୀ ଯୁବକ ଜଣଙ୍କ ନିଶାସକ୍ତ ଅବସ୍ଥାରେ ଗତକାଲି ରାତିରେ ଆଠଗଡ଼ ଥାନାରେ ପଶି ଆକ୍ରମଣ କରିଥିଲା। ଏଥିରେ ଥାନାର ଏସଆଇ ଓ ଏଏସାଇଙ୍କ ସମେତ ଜଣେ କନଷ୍ଟେବଲ ଗୁରୁତର ଆହତ ହୋଇଥିବା ବେଳେ ପୋଲିସ ସଂପୃକ୍ତ ଯୁବକକୁ କାବୁ କରିନେବାରେ ସଫଳ ହୋଇଥିଲା। ଆଜି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି। ତେବେ କ’ଣ ପାଇଁ ଯୁବକ ଜଣକ ପୋଲିସ ଉପରେ ଏପରି ଆକ୍ରମଣ କଲେ ତାହାର କାରଣ ଜଣାପଡିନାହିଁ।

Leave a Reply

Your email address will not be published. Required fields are marked *