Fri. Dec 13th, 2019

ବାଇକ-ବସ ମୁହାଁମୁହିଁ: ଜଣେ ମୃତ

ଭୁବନେଶ୍ଵର : କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ଦଣ୍ଡପଦର ଗାଁରେ ଘଟିଛି ଦୁର୍ଘଟଣା। ଘରୋଇ ଯାତ୍ରୀବାହୀ ବସ୍ ଅମ୍ବିକା ଓ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ମୃତ ଯୁବକ ଲକେବାଡି ଗାଁର ଯୁବରାଜ ପ୍ରଧାନ। ଘଟଣା ସ୍ଥଳରେ ପୋଲିସ୍ ପହଞ୍ଚି ଶବକୁ ଜବତକରି ବ୍ୟବଚ୍ଛେଦ ପାଇଁ ବାଲିଗୁଡା ଉପଖଣ୍ଡ ଡାକ୍ତର ଖାନାକୁ ପଠାଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *