Fri. Dec 13th, 2019

ଅଭିନେତ୍ରୀଙ୍କୁ ଆକ୍ରମଣ: ଫିଲ୍ମ ପ୍ରମୋଟର ଓ ସୋସାଲ ମିଡିଆ ମ୍ୟାନେଜର ଗିରଫ

ନୂଆଦିଲ୍ଲୀ : ଛତିଶଗଡି ଫିଲ୍ମ ଅଭିନେତ୍ରୀଙ୍କୁ ଆକ୍ରମଣ କରିବା ଅଭିଯୋଗରେ ଫିଲ୍ମର ପ୍ରମୋଟର ଓ ସୋସାଲ ମିଡିଆ ମ୍ୟାନେଜର ଗିରଫ ହୋଇଛନ୍ତି। ପ୍ରମୋଟର ସାଗରଙ୍କ ଏକତରଫା ପ୍ରେମ ପାଇଁ ଏପରି ଘଟଣା ଘଟିଥିବା ପୋଲିସ ସନ୍ଦେହ କରୁଛି। 

ଖବର ଅନୁଯାୟୀ ପ୍ରମୋଟର ସାଗର ଅଭିନେତ୍ରୀ ମାୟା ସାହୁଙ୍କୁ ବାରମ୍ବାର ପ୍ରେମ ନିବେଦନ କରି ବିଫଳ ହେବା ପରେ ତାଙ୍କ ଉପରେ ଆକ୍ରମଣ ଯୋଜନା କରିଥିଲେ। ମାୟାଙ୍କ ଅଭିଯୋଗ ହେଲା ୨ ଜଣ ଯୁବକ ମୋଟର ସାଇକେଲରେ ଆସି ତାଙ୍କ ଉପରକୁ କେମିକାଲ ଫିଙ୍ଗିଥିଲେ। ଏନେଇ ସେ ଥାନାରେ ଏତଲା ଦେବାରୁ ପୋଲିସ ସନ୍ଦେହରେ ସାଗର ଓ ସହଯୋଗୀ ଲୋକେଶ୍ୱର ଓରଫ ଲକି ସାହୁ ଗିରଫ କରି ପଚରାଉଚରା ଚଳାଇଛି। ଅନ୍ୟପକ୍ଷରେ ସାଗର ଆକ୍ରମଣ ଘଟଣାକୁ ଅସ୍ୱୀକାର କରୁଥିବାରୁ ପ୍ରମାଣ ସଂଗ୍ରହ ନିମନ୍ତେ ପୋଲିସ ଆକ୍ରମଣସ୍ଥଳ ନିକଟବର୍ତ୍ତି ଅଞ୍ଚଳର ସିସିଟିଭି ଫୁଟେଜକୁ ଅନୁଧ୍ୟାନ କରୁଛି।

Leave a Reply

Your email address will not be published. Required fields are marked *