ନିଆଳିରେ ପୁଣି ମେଣ୍ଢା ମାରିଲା ଅଜଣା ଜନ୍ତୁ

କଟକ : ନିଆଳି ଅଞ୍ଚଳରେ ପୁଣି ଅଜଣା ଜନ୍ତୁ ଆତଙ୍କ ଦେଖାଦେଇଛି। ବାଘମାରା ଗ୍ରାମରେ ଅଜଣା ଜନ୍ତୁ ଆକ୍ରମଣରେ ଗୁରୁବାର ରାତିରେ ୧୦ଟି ମେଣ୍ଢା ମୃତ୍ୟୁବରଣ କରିଥିବା ବେଳେ ୭ଟି ଗୁରୁତର ହୋଇଥିଲେ। ଗତକାଲି ରାତିରେ ସମାନ ଘଟଣା ଘଟିଛି। ୪ଟି ମେଣ୍ଢାଙ୍କର ମୃତ୍ୟୁ ହୋଇଥିବା ବେଳେ ୭ ଆହତ ହୋଇଛନ୍ତି।

ଖବର ଅନୁଯାୟୀ ନିଆଳି ବ୍ଲକ ତିହୁଡି ପଞ୍ଚାୟତ ବଘମରା ଗ୍ରାମର ବିରଞ୍ଚି ଦାସଙ୍କ ଗୁହାଳରେ ଏହି ଘଟଣା ଲଗାତାର ଘଟି ଚାଲିଛି। ଦୁଇବର୍ଷ ତଳେ ଅଜଣା ଜନ୍ତୁ ଆକ୍ରମଣରେ ଅନେକ ମେଣ୍ଢା ମରିଥିଲେ। ଏବେ ପୁଣି ସେହି ଘଟଣାର ପୁନରାବୃତ୍ତି ଘଟିବାରୁ ମେଣ୍ଢା ଚାଷୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି। କିଏ ଏଇ ମେଣ୍ଢାମାନକୁ ଆକ୍ରମଣ କରୁଛି ତାହା ଜାଣିବା ପାଇଁ ବନ ବିଭାଗ ପ୍ରୟାସ ନକରି ଘଟଣାକୁ ଖାମଖିଆଲି ଭାବେ ନେଉଥିବା ଲୋକେ ଅଭିଯୋଗ କରିଛନ୍ତି।

Leave a Reply

Your email address will not be published. Required fields are marked *

Back to top button