ନିଆଁ ଲଗାଉଥିବା ବ୍ୟକ୍ତିର ଖବର ଦେଲେ ୫ ହଜାର ପୁରସ୍କାର

ସମ୍ବଲପୁର : ରାଜ୍ୟ ସାରା ଜଙ୍ଗଲ ହୁତୁହୁତୁ ହୋଇ ଜଳୁଛି। ଏହି ପରିସ୍ଥିତି ଏବେ ଚିନ୍ତାର କାରଣ ହୋଇଥିବା ସମ୍ବଲପୁର ଡିଏଫଓ ସଞ୍ଜିତ କୁମାର କଡା ପଦକ୍ଷେପ ନେଇଛନ୍ତି। ଜଙ୍ଗଲରେ ନିଆଁ ଲଗାଇଲେ ଗିରଫ କରାଯିବ। ନିଆଁ ଲଗାଉଥିବା ଲୋକ ସମ୍ପର୍କରେ ଖବର ଦେଲେ ୫ ହଜାର ଟଙ୍କାର ପୁରସ୍କାର ମିଳିବ ବୋଲି ସେ ସୂଚନା ଦେଇଛନ୍ତି।

ସଞ୍ଜିତ କୁମାର କହିଛନ୍ତି ଜଙ୍ଗଲରେ ନିଆଁ ରୋକିବା ପାଇଁ ବନ ବିଭାଗ ସଜାଗ ଅଛି। ଲୋକମାନଙ୍କୁ ସଚେତନ ଓ ସହଯୋଗ କରିବାକୁ ଅପିଲ କରାଯାଇଛି। ପ୍ରତି ରେଞ୍ଜରେ ୧୫ ଜଣ ବନ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ନିଆଁ ଲିଭାଇବାକୁ ୭୫ ଜଣ ସ୍ଵତନ୍ତ୍ର ବନ କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିବା ବେଳେ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଗାଁ ଗାଁରେ ପ୍ରଚାର ଗାଡି ବୁଲୁଛି।

Leave a Reply

Your email address will not be published. Required fields are marked *

Back to top button