ନିଆଁ ଲିଭାଇବାକୁ ଯାଇ ବିଦ୍ୟୁତ୍ ଆଘାତରେ ମା’-ପୁଅଙ୍କ ଜୀବନ ଗଲା

0

ଯାଜପୁର : ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ନଳିପୁର ଗାଁରେ ଦୁଃଖଦ ଘଟଣା ଘଟିଛି। ପଡ଼ୋଶୀଙ୍କ ଲାଗିଥିବା ନିଆଁ ନିଆଁ ଲିଭାଇବାକୁ ଯାଇଥିବା ମା’-ପୁଅଙ୍କର ବିଦ୍ୟୁତ୍ ଆଘାତରେ ମୃତ୍ୟୁ ଘଟିଥିବା ଜଣାପଡିଛି।

ଖବର ଅନୁଯାୟୀ ଗତକାଲି ରାତିରେ ନଳିପୁର ଗାଁରେ ଜଣଙ୍କ ଘରେ ନିଆଁ ଲାଗି ଯାଇଥିଲା। ଏହା ଦେଖି ପଡୋଶୀ ଚାନ୍ଦ ବିବି ଓ ତାଙ୍କ ପୁଅ ୱାସିମ ଖାଁ ନିଆଁ ଲିଭାଇବାକୁ ଚେଷ୍ଟା କରୁଥିବା ବେଳେ ବିଦ୍ୟୁତ୍ ଆଘାତରେ ପ୍ରାଣ ହରାଇଛନ୍ତି। ନିଆଁ ଲାଗିବା ପରେ ଘରକୁ ଆସିଥିବା ସର୍ଭିସ୍ ତାର ଛିଡ଼ି ଯାଇଥିଲା। ସେହି ତାର ସଂପର୍ଶରେ ଆସିବା ଫଳରେ ଏପରି ଘଟଣା ଘଟିଥିବା କୁହାଯାଉଛି।

ଅଗ୍ନିକାଣ୍ଡର ଖବର ପାଇ ଚଣ୍ଡୀଖୋଲ ଦମକଳ ବାହିନୀ ଓ ବାଲିଚନ୍ଦ୍ରପୁର ପୋଲିସ ଘଟଣାର ତଦନ୍ତ କରୁଛନ୍ତି। ତେବେ ଘରେ କେମିତି ନିଆଁ ଲାଗିଲା ଜଣାପଡ଼ି ନାହିଁ। ବିଦ୍ୟୁତ୍ ଶର୍ଟ ସର୍କିଟ୍ ଯୋଗୁ ନିଆଁ ଲାଗିଥିଲା ଅନୁମାନ କରାଯାଉଛି।

Leave A Reply

Your email address will not be published.