ନିଆଁରେ ପୋଡ଼ି ୩ ଯବାନ ଗୁରୁତର

ଭଦ୍ରକ : ପୁରୁଣା ବଜାର ଥାନାରେ ଡ୍ୟୁଟି କରୁଥିବା ୩ ଜଣ ଓଏସଏପି ଯବାନ ନିଆଁରେ ପୋଡ଼ି ଗୁରୁତର ହୋଇଛନ୍ତି। ଶରୀରର ବହୁ ଅଂଶ ପୋଡ଼ିଯାଇଥିବାରୁ ସେମାନଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି। ଏହି ଯବାନମାନେ ବାରିପଦା ଓଏସଏପି ୫ମ ବାଟାଲିୟନର। ଖବର ଅନୁଯାୟୀ ରାତିରେ ଶୋଇଥିବା ବେଳେ ମଶା ଧୂପରୁ ନିଆଁ ଲାଗି ଏପରି ପରିସ୍ଥିତି ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

ମତାମତ ଦିଅନ୍ତୁ ।