ନିହତ ଆତଙ୍କବାଦୀ ବଡ ଧରଣର ଆକ୍ରମଣ ଯୋଜନା କରିଥିଲେ : ମୋଦି

ନୂଆଦିଲ୍ଲୀ : ଜାମ୍ମୁ-କାଶ୍ଚୀରର ନାଗରୋଟ ଏନକାଉଣ୍ଟରରେ ନିହତ ୪ ଜଣ ଆତଙ୍କବାଦୀ ବଡ ଧରଣର ଆକ୍ରମଣ ଯୋଜନା କରିଥିଲେ। ଆମ ସେନା ପୁଣି ଥରେ ବାହାଦୁରୀ ଦେଖାଇଛନ୍ତି। ସେମାନଙ୍କ ସତର୍କତା କାରଣରୁ ଆତଙ୍କବାଦୀମାନେ ଜାମ୍ମୁ-କାଶ୍ଚୀରରେ ରଚୁଥିବା ଆକ୍ରମଣ ଷଢଯନ୍ତ୍ର ଫସର ଫାଟି ଯାଇଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଜାମ୍ମୁ-କାଶ୍ଚୀରର ନାଗରୋଟରେ ସେନା-ଆତଙ୍କବାଦୀ ଗୁଳିବିନିମୟରେ ଜୈସ୍-ଇ-ମହମ୍ମଦର ୪ ଜଣ ଆତଙ୍କୀ ନିହତ ହୋଇଛନ୍ତି। ଏହି ଘଟନା ପରେ ପ୍ରଧାନମନ୍ତ୍ରୀ ଏକ ବୈଠକ କରିଥିଲେ। ଏଥିରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା, ଏନଏସଏ ଅଜିତ ଡୋଭାଲଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ବୈଠକ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଟ୍ଵିଟ୍ କରି ପାକିସ୍ତାନକୁ କଡା ସନ୍ଦେଶ ଦେଇଛନ୍ତି। ନାଗରୋଟ ଏନକାଉଣ୍ଟରରେ ନିହତ ହୋଇଥିବା ୪ ଆତଙ୍କବାଦୀ ବଡ ଧରଣର ଆକ୍ରମଣ କରିବାକୁ ଯୋଜନା କରିଥିଲେ ବୋଲି ସୂଚନା ମିଳିଛି।

ପ୍ରଧାନମନ୍ତ୍ରୀ କହିଛନ୍ତି ପାକିସ୍ତାନର ଆତଙ୍କବାଦୀ ସଂଗଠନ ଜୈସ-ଇ-ମହମ୍ମଦର ୪ ଜଣ ଆତଙ୍କବାଦୀଙ୍କୁ ନିହତ କରାଯିବା ପରେ ସେମାନଙ୍କ ନିକଟରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଜବତ କରାଯାଇଛି। କିନ୍ତୁ ସେମାନଙ୍କ ଯୋଜନାକୁ ଭାରତୀୟ ସେନା ପଣ୍ଡ କରିଛି।

ମତାମତ ଦିଅନ୍ତୁ ।