ନିଜ ହାତରେ ମଥାର ସିନ୍ଦୂର ପୋଛି ସ୍ୱାମୀକୁ ହେମଦସ୍ତାରେ ଛେଚି ମାରିଦେଲା

ବାଲିପାଟଣା : ପାରିବାରିକ କଳହରୁ ହତ୍ୟାକାଣ୍ଡ। ସ୍ଵାମୀର ମୁଣ୍ଡକୁ ହେମଦସ୍ତାରେ ଛେଚି ଜୀବନ ନେଇଗଲା ସ୍ତ୍ରୀ। ଏଭଳି ଚାଞ୍ଚଲ୍ୟକର ଘଟଣା ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଥାନା ଅନ୍ତର୍ଗତ ବନମାଳୀପୁର ଗାଁରେ ଘଟିଛି।

ଖବର ଅନୁଯାୟୀ ସ୍ୱାମୀ-ସ୍ତ୍ରୀ ମଧ୍ୟରେ ପ୍ରତିଦିନ କଳି ଲାଗୁଥିଲା। କିନ୍ତୁ ସବୁ ଦିନର କଳି ଘଟଣା ଦିନ ନେଇଥିଲା ଭୟଙ୍କର ରୂପ। ହିତାହିତ ଜ୍ଞାନ ଭୁଲି ଯାଇଥିଲା ସ୍ତ୍ରୀ। ହେମଦସ୍ତାରେ ସ୍ୱାମୀ ମୁଣ୍ଡକୁ ଛେଚି ହତ୍ୟାକରି ନିଜ ହାତରେ ନିଜ ମଥାର ସିନ୍ଦୂର ପୋଛିଦେଲା। ପ୍ରମାଣ ନଷ୍ଟ କରିବା ପାଇଁ ଘର ନିକଟରେ ମୃତଦେହକୁ ପୋତି ଦେଇଥିଲା।

ନିଧିରାମ ହଠାତ ତିନିମାସ ହେଲା ନିଖୋଜ ହୋଇଯିବା ବିଷୟ ଗାଁ ଚା’ ଖଟିରେ ଆଲୋଚନା ହେଲା। ଏ ସମ୍ପର୍କରେ ସ୍ତ୍ରୀ ଲିଲି ଗିରିଙ୍କୁ ଜଣେ ଯୁବକ ପଚାରିଲେ। ସେ ସନ୍ତୋଷଜନକ ଉତ୍ତର ନଦେବାରୁ ସନ୍ଦେହ ବଢିଥିଲା। ପୁଣିଥରେ ସେଇ ଯୁବକ ନିଧିରାମ କଥା ଲିଲିଙ୍କୁ ପଚାରିଥିଲେ। ଶେଷରେ ଲିଲି ସ୍ଵୀକର କରିଥିଲା ସ୍ୱାମୀଙ୍କୁ ହତ୍ୟା କରି ବାରିରେ ପୋତିଦେଇଛି। ଏହି ଖବର ପ୍ରଚାରିତ ହେବାପରେ ବାଲିପାଟଣା ପୋଲିସକୁ ଗ୍ରାମବାସୀ ଜଣାଇଥିଲେ। ପୋଲିସ ମାଟି ତଳୁ ଶବ ଉଦ୍ଧାର କରିବାରୁ ସତ ସାମ୍ନାକୁ ଆସିଛି। ଜବତ ହୋଇଛି ଖପୁରୀ ଓ ହାଡ଼। ପୋଲିସ ଲିଲିକୁ ଅଟକ ରଖି ପଚରାଉଚରା ଜାରି ରଖିଛି।

ମତାମତ ଦିଅନ୍ତୁ ।