ନିଖୋଜ ନାବାଳିକାର କ୍ଷତଵିକ୍ଷତ ଶବ ଉଦ୍ଧାର

କାମାକ୍ଷାନଗର : ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା ଅନ୍ତର୍ଗତ ମରୁଆବିଲି ପଞ୍ଚାୟତ ଖରଖରୀ ଗ୍ରାମର ନିଖୋଜ ନାବାଳିକାର ଶବ ଠାବ ହୋଇଛି। ଖରଖରୀ ଗାଁ ନିକଟରେ କ୍ଷତଵିକ୍ଷତ ଅବସ୍ଥାରେ ଜଣେ ନାବାଳିକାର ମୃତ ଦେହ ପଡ଼ିଥିବା ଲୋକମାନେ ଦେଖିଥିଲେ। ନାବାଳିକାକୁ ପ୍ରଥମେ ଦୁଷ୍କର୍ମ ଓ ପରେ ପଥରରେ ଛେଚି ନିର୍ମମ ଭାବେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ କଙ୍କଡ଼ାହାଡ଼ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ମତାମତ ଦିଅନ୍ତୁ ।