ନିଲମ୍ୱିତ ହେଲେ ଫରେଷ୍ଟର ଓ ଫରେଷ୍ଟ ଗାର୍ଡ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ବଡବିଲ୍‌ ରେଞ୍ଜ ସିଦ୍ଧମଠ ସଂରକ୍ଷିତ ଜଙ୍ଗଲ ଚୋରମାଲଦା ନିକଟରୁ ଦୁଇ ଦିନ ପୂର୍ବେ ଏକ ୪ ବର୍ଷର ହାତୀଛୁଆର ଗଳିତ ମୃତଦେହ ଉଦ୍ଧାର ହେବାପରେ ଗୁଆଲିର ଜଣେ ଫରେଷ୍ଟର ଓ ଜଣେ ଫରେଷ୍ଟ ଗାର୍ଡକୁ ନିଲମ୍ୱନ କରିଛନ୍ତି କେନ୍ଦୁଝର ଡିଫଓ।

ହାତୀପଲ ନଦୀକୁ ପାଣି ପିଇବାକୁ ଆସି ଫେରିବା ସମୟରେ ହାତୀଛୁଆର ମୃତ୍ୟୁ ଘଟିଥିବା ବନ ବିଭାଗ ଅନୁମାନ କରୁଛି। ମୃତ ହାତୀଛୁଆର ନିକଟବର୍ତ୍ତୀ ଅଞ୍ଚଳରେ ଥିବା ହାତୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିବାରୁ ମୃତ୍ୟୁ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ତେବେ ହାତୀର ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପୂରା ମାମଲା ଉପରୁ ପରଦା ହଟିବ ବୋଲି ଆଲୋଚନା କରାଯାଉଛି।

ମତାମତ ଦିଅନ୍ତୁ ।