ନିଲନ୍‍ସର ନୂଆ ଉତ୍ପାଦ : ଭାରତୀୟ ଉପଭୋକ୍ତାଙ୍କୁ ବିଶ୍ୱସ୍ତରର ରାନ୍ଧଣା ସହ ପରିଚିତ କରାଉଛି

0

ଭୁବନେଶ୍ୱର : ଉପଭୋକ୍ତାଙ୍କ ମଧ୍ୟରେ ବର୍ଦ୍ଧିତ ଲୋକପ୍ରିତା ଓ ସୁବିଧାକୁ ଦୃଷ୍ଟିରେ ରଖି ଭାରତର ଅଗ୍ରଣୀ ପ୍ରକ୍ରିୟାକୃତ ଖାଦ୍ୟ କମ୍ପାନୀ ନିଲନ୍‍ସ ନୂଆ ଯୁଗର ମିଶ୍ରିତ ମସଲାର ସମ୍ଭାର ପ୍ରଚଳନ କରିଛି। ଏହି ଉତ୍ପାଦଗୁଡିକ ମଧ୍ୟରେ ରହିଛି ପାସ୍ତା ମସଲା, ପିଜା ମସଲା, ନୁଡଲ୍ସ ମସଲା, ଗାର୍ଲିକ ବ୍ରେଡ ସିଜନିଂ, ଚୋମିନ ମସଲା, ପିରି-ପିରି ମସଲା, ମ୍ୟାଜିକାଲ ମସଲା ଓ ଆହୁରି ଅନେକ। ୫ ଟଙ୍କା ଓ ୧୦ ଟଙ୍କା ମୂଲ୍ୟ ବିଶିଷ୍ଟ ଏକ ସମକାଳୀନ ଓ ଆକର୍ଷଣୀୟ ସାଚେଟ ପ୍ୟାକ୍‍ରେ ପ୍ୟାକିଂ କରାଯାଇଥିବା ଏହି ଉତ୍ପାଦଗୁଡିକ ଦେଶର ସମସ୍ତ ସାଧାରଣ ବ୍ୟବସାୟ ପ୍ରତିଷ୍ଠାନରେ ଉପଲବ୍ଧ ହେବ।

ଗୁଣବତ୍ତା ଓ ଉଚ୍ଚକୋଟୀର ଉପାଦାନରେ ପ୍ରସ୍ତୁତ ଏହି ମିଶ୍ରିତ ମଲାସଗୁଡିକ ବିଶ୍ୱସ୍ତରର ଅନେକ ଖାଦ୍ୟ ପଦାର୍ଥକୁ ଅନେକ ସ୍ୱାଦ ସଂଯୁକ୍ତ କରୁଛି। ମିଶ୍ରିତ ସ୍ୱାଦ ଓ ଘର ରୋଷେୟାଙ୍କୁ ମିଶ୍ରିତ ସ୍ୱାଦକୁ ପରୀକ୍ଷା ନିରୀକ୍ଷା କରିବାର ସୁଯୋଗ ଦେବା ସହିତ ସେମାନଙ୍କୁ ସେମାନଙ୍କର ପ୍ରିୟ ପାସ୍ତା, ପିଜା, ଚୋମିନ, ନୁଡଲ୍ସ ଅଥବା ସହଜରେ ପ୍ରସ୍ତୁତ କରିହେଉଥିବା ଅନ୍ୟ କୌଣସି ଖାଦ୍ୟ ପ୍ରସ୍ତୁତ କରିବାକୁ ସମର୍ଥ କରାଉଛି। ଗୃହିଣୀ ଅଥବା ଖାଦ୍ୟ ପ୍ରସ୍ତୁତ କରୁଥିବା ବ୍ୟକ୍ତି ମସଲାଗୁଡିକ ବାଟିବା ଅଥବା ଖାଦ୍ୟ ପ୍ରସ୍ତୁତି ପ୍ରଣାଳୀ ଖୋଜିବାର ଆବଶ୍ୟକତା ନାହିଁ। ଏହି ମସଲାରେ ସେହି କୌଶଳ ଭରିରହିଛି ଓ ଏହା ଖାଦ୍ୟ ପଦାର୍ଥକୁ ସେହି ସମାନ ଖାଣ୍ଟି ସ୍ୱାଦ ପ୍ରଦାନ କରୁଛି।

ଉତ୍ପାଦଗୁଡିକ ସମ୍ପର୍କରେ ନିଲନ’ସ୍‍ର ପରିଚାଳନା ନିର୍ଦ୍ଦେଶକ ଦୀପକ ସାଂଘଭୀ କହିଛନ୍ତି ମହାମାରୀ ନିରାପଦ ଖାଦ୍ୟାଭ୍ୟାସ ଓ ଘର ତିଆରି ଖାଦ୍ୟ ଖାଇବା ସମ୍ପର୍କିତ ଆଲୋଚନାକୁ ଅଧିକ ପରିବ୍ୟାପ୍ତ କରିଛି। ଏହା ଆମକୁ ଏକ ଅନନ୍ୟ ମିଶ୍ରିତ ମସଲା ଯତ୍ନର ସହିତ ପ୍ରସ୍ତୁତ କରିବାକୁ ମହାନ ସୁଯୋଗ ଆଣିଦେଇଛି।

ନିଲନ୍‍’ସର ନିର୍ଦ୍ଦେଶକ ଓ ସିଇଓ ରାଜୀବ ଅଗରୱାଲ କହିଛନ୍ତି ଉପଭୋକ୍ତାମାନଙ୍କର ଖାଦ୍ୟ ଖାଇବା ଶୈଳୀରେ ଆମେ ପରିବର୍ତ୍ତନ ଲକ୍ଷ୍ୟ କରିଛୁ। ଲୋକମାନେ ଘରେ ସେମାନଙ୍କ ଖାଦ୍ୟାଭ୍ୟାସକୁ ନେଇ ଅଧିକ ପରୀକ୍ଷା ନିରୀକ୍ଷା କରୁଛନ୍ତି। ସେମାନଙ୍କୁ ସହାୟତା କରିବା ଆମର ଲକ୍ଷ୍ୟ। ଏହି ଉତ୍ପାଦଗୁଡିକ ଜରିଆରେ ଆମେ ବିଶ୍ୱସ୍ତରର ଖାଦ୍ୟକୁ ଦେଶୀ ସ୍ୱାଦ ଦେବା ଓ ସମୁଦାୟ ରାନ୍ଧିବା ପ୍ରକ୍ରିୟାକୁ ସରଳ କରିବା ଚିନ୍ତାଧାରା ରଖିଛୁ। ଜଣେ ଗୃହିଣୀ ସହଜରେ ବିଶ୍ୱସ୍ତରର ଖାଦ୍ୟ ପଦାର୍ଥକୁ ନିଜ ଘରେ ସ୍ୱାଚ୍ଛନ୍ଦ୍ୟରେ ରାନ୍ଧିପାରିବେ।

Leave A Reply

Your email address will not be published.