ନିର୍ବାଚନ ଲଢ଼ିବେନି ବିହାର ପୂର୍ବତନ ଡିଜିପି ଗୁପ୍ତେଶ୍ଵର ପାଣ୍ଡେ

ପାଟଣା : ବିହାର ବିଧାନସଭା ନିର୍ବାଚନରେ ପୂର୍ବତନ ଡିଜିପି ଗୁପ୍ତେଶ୍ଵର ପାଣ୍ଡେ ପ୍ରାର୍ଥୀ ହେବେବୋଲି ଜୋରଦାର ଚର୍ଚ୍ଚା ହେଉଥିଲା। ହେଲେ ତାଙ୍କୁ ବିଜେପି କିମ୍ବା ଜେଡିୟୁରୁ ଦଳୀୟ ଟିକେଟ୍ ମିଳି ନାହିଁ। ଏଥିରୁ ସ୍ପଷ୍ଟ ହେଉଛି ସେ ବିଧାନସଭା ନିର୍ବାଚନ ଲଢ଼ିବେ ନାହିଁ। ବିହାର ବିଧାନସଭା ନିର୍ବାଚନ ପାଇଁ ବୁଧବାର ବିଜେପି ଜାରି କରିଥିବା ୧୧୫ ଜଣ ପ୍ରାର୍ଥିଙ୍କ ତାଲିକାରେ ପାଣ୍ଡେଙ୍କ ନାଁ ନାହିଁ। ଏହା ପୂର୍ବରୁ ଜେଡିୟୁ ତାଲିକାରେ ମଧ୍ୟ ତାଙ୍କ ନାଁ ନ ଥିଲା।

ଶ୍ରୀ ପାଣ୍ଡେ ଗତ ମାସରେ ଜେଡିୟୁରେ ସାମିଲ ହୋଇଥିଲେ। ଆଶା କରାଯାଉଥିଲା ତାଙ୍କ ଘର ବକ୍ସରୁ ନିର୍ବାଚନ ଲଢ଼ିବେ। ଏହି ଆସନରେ ବିଜେପି ପଶୁର୍ରୁାମ ଚତୁର୍ବେଦୀଙ୍କୁ ପ୍ରାର୍ଥୀ କରିଛି। ତେଣୁ ଆଶା କରାଯାଉଛି ପାଣ୍ଡେଙ୍କୁ ବିଧାନ ପରିଷଦ ପଠାଯାଇପାରେ। ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ନିଜ ବୟାନ ପାଇଁ ପାଣ୍ଡେ ସମାଲୋଚିତ ହୋଇଥିଲେ। ସେପ୍ଟେମ୍ବର ୨୨ରେ ଭାରତୀୟ ପୋଲିସ ସେବାରୁ ସେ ସ୍ଵେଚ୍ଛାକୃତ ଅବସର ବା ଭିଆରଏସ ପାଇଁ ଆବେଦନ କରିଥିଲେ। ଏହାକୁ ଅନୁମୋଦନ ମିଳିବାର ତିନିଦିନ ପରେ ପାଣ୍ଡେ ଜେଡିୟୁରେ ସାମିଲ ହୋଇଥିଲେ।

ମତାମତ ଦିଅନ୍ତୁ ।