ନିର୍ବାଚନ ନେଇ ଭୁଲ୍‌ ଖବର ଉପରେ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ : ଆଗକୁ ରହିଛି ୫ଟି ରାଜ୍ୟର ବିଧାନସଭା ନିର୍ବାଚନ। ଯଦି ଗାଣତନ୍ତ୍ରିକ ଆଲୋଚନାକୁ ସଶକ୍ତ କରିବା ସହିତ ଜନତାଙ୍କ ସଂପୃକ୍ତିକୁ ପ୍ରୋତ୍ସାହିତ କରି ରାଜନୈତିକ ବିତର୍କର ସାର୍ଥକ ଉଦ୍ଦେଶ୍ୟରେ ସାମାଜିକ ଗଣମାଧ୍ୟମ ଟ୍ଵିଟର ନୂଆ ନୀତି ନିର୍ଦ୍ଧାରଣ କରିଛି।

ଏହି ଲୋକପ୍ରିୟ ମଞ୍ଚକୁ ହେରଫେର କିମ୍ବା ଏହା ମାଧ୍ୟମରେ କୌଣସି ହିଂସା, ଅପମାନ ଓ ଧମକ ଉଦ୍ରେକ କରାଯାଇ ପାରିବନି। ଆଉ ସମସ୍ତଙ୍କ ପାଇଁ ଏହା ନିରାପଦ ସାବ୍ୟସ୍ତ ହୋଇପାରିବ ସେଥିପାଇଁ ଏକ ବିଶ୍ଵସ୍ତରୀୟ ବୈଷୟିକ ଦଳକୁ ନିୟୋଜିତ କରାଯାଇଛି। ଟ୍ବିଟର ପକ୍ଷରୁ ଏହି ସୂଚନା ଦିଆଯାଇଛି। ଆଗକୁ ଆସାମ, କେରଳ, ତାମିଲନାଡୁ, ପଶ୍ଚିମବଙ୍ଗ ଓ ପୁଡୁଚେରି ବିଧାନସଭା ନିର୍ବାଚନ ରହିଛି। ଏହି ଅବସରରେ କୌଣସି ପ୍ରକାର କ୍ଷତିକାରକ ବା ଭ୍ରମାତ୍ମକ ବିଷୟବସ୍ତୁକୁ ଅବରୋଧ କରିବା ସହ ଭରସାଯୋଗ୍ୟ ସୂଚନାକୁ ସ୍ଥାନ ଦେବା ହେଉଛି ପ୍ରମୁଖ ଲକ୍ଷ୍ୟ ବୋଲି ଟ୍ଵିଟର କହିଛି।

Leave a Reply

Your email address will not be published. Required fields are marked *

Back to top button