ନିର୍ବନ୍ଧ ଉତ୍ସବକୁ ଡାକି ଯୁବତୀଙ୍କୁ ଗଣଦୁଷ୍କର୍ମ

ମୁମ୍ବାଇ : ମାୟନଗରୀ ମୁମ୍ବାଇରେ ଲଜ୍ଜା। ଜଣେ ୨୨ ବର୍ଷୀୟ ଯୁବତୀଙ୍କ ସହ ହୋଇଛି ଗଣଦୁଷ୍କର୍ମ। ନିର୍ବନ୍ଧ ଉତ୍ସବକୁ ଡାକି ୩ ଜଣ ଯୁବକ ଏପରି ଘଟଣା ଘଟାଇଛନ୍ତି।

ମୁମ୍ବାଇ ପୋଲିସ କହିଛି ଘଟଣାଟି ନଭେମ୍ବର ୮ ତାରିଖର ଘଟିଛି। ୩ ଜଣ ଯୁବକ ଯୁବତୀଙ୍କୁ ନିର୍ବନ୍ଧ ଉତ୍ସବକୁ ଡାକି ଅନ୍ଧେରି-କୁର୍ଲା ରୋଡ୍ ସ୍ଥିତ ଏକ ହୋଟେଲରେ ଗଣଦୁଷ୍କର୍ମ କରିଥିଲେ। ଯୁବତୀଙ୍କ ଅଭିଯୋଗ ଆଧାରରେ ମାମଲା ରୁଜ୍ଜୁ ହୋଇଛି। ଅଭିଯୁକ୍ତମାନେ ଫେରାର ଥିବାରୁ ସେମାନଙ୍କୁ ଖୋଜା ଚାଲିଛି।

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ଯୁବତୀ ଅଭିଯୋଗରେ କହିଛନ୍ତି ସେ ଓ ଆଉ ଦୁଇଜଣ ମହିଳାଙ୍କୁ ପାର୍ଟିକୁ ଡକାଯାଇଥିଲା। ସବୁ ଅତିଥି ଚାଲିଯିବା ପରେ ୩ଯୁବକ ତାଙ୍କ ସହ ଗଣଦୁଷ୍କର୍ମ କରିଥିଲେ। ସେମାନେ ହେଲେ ୨୮ ବର୍ଷୀୟ ଅବିନାଶ ପେଂଗକର, ୨୭ ବର୍ଷୀୟ ଶିଶିର ଓ ୨୫ ବର୍ଷୀୟ ତେଜସ। ତାଙ୍କ କହିବା କଥା ହେଲା ଅବିନାଶ ନିଜର ନିର୍ବନ୍ଧ ପାର୍ଟିକୁ ତାଙ୍କୁ ଡାକିଥିଲେ। ପାର୍ଟିରେ ଯୁବତୀଙ୍କୁ ଯୁବକମାନେ ଜୋର ଜବରଦସ୍ତ ମଦ ପିଆଥିଲେ। ପରେ ଯାହାସବୁ ଘଟିଲା ସେ ସମ୍ପର୍କରେ କାହାକୁ କିଛି କହିନଥିଲେ। କିନ୍ତୁ ଶୁକ୍ରବାର ଦିନ ପରିବାରଲୋକଙ୍କୁ ଜଣାଇବାରୁ ପୋଲିସରେ ଅଭିଯୋଗ କରିଥିଲେ। ପୋଲିସ ବିଭିନ୍ନ ସ୍ଥାନରେ ସେମାନଙ୍କୁ ଖୋଜାଖୋଜି ଜାରି ରଖିଥିବା ବେଳେ ମୁମ୍ବାଇର କୁପର ହସ୍ପିଟାଲରେ ଯୁବତୀଙ୍କର ମେଡିକାଲ ଯାଞ୍ଚ କରାଯାଇଛି।

ମତାମତ ଦିଅନ୍ତୁ ।