ନିର୍ଦ୍ଦୋଷଙ୍କୁ ଜେଲ ପଠାଇଥିବା ଥାନା ଅଧିକାରୀ ୫ ଲକ୍ଷ ଗଣିବେ

ଭୁବନେଶ୍ୱର : ଜୀବିତ ନାବାଳକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗରେ ଦୁଇଜଣଙ୍କୁ ନିର୍ଦ୍ଦୋଷଙ୍କୁ ଜେଲ୍ ପଠାଇଥିବା ଥାନା ଅଧିକାରୀ ୫ ଲକ୍ଷ ଟଙ୍କା ଗଣିବେ। ରାଜ୍ୟ ମାନବାଧିକାର କମିଶନ ଏହି ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ ୨୦୧୬ରେ ବରଗଡ଼ ପାଇକମାଳ ଥାନା ଅଞ୍ଚଳରେ ଜଣେ ନାବାଳକ ନିଖୋଜ ଥିଲେ। ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗରେ ୨ ଜଣଙ୍କୁ ଗିରଫ କରି ପୋଲିସ ଜେଲ୍ ପଠାଇଥିଲା। କିନ୍ତୁ ୨୦୧୮ରେ ସଂପୃକ୍ତ ନାବାଳକ ଜୀବିତ ଅବସ୍ଥାରେ ଘରକୁ ଫେରି ଆସିଥିଲେ। ଏହି ଘଟଣାକୁ ନେଇ ସଂପୃକ୍ତ ୨ ଜଣ ବ୍ୟକ୍ତି ରାଜ୍ୟ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ। ମାମଲାର ବିଚାର କରି ସେମାନଙ୍କୁ କ୍ଷତିପୂରଣ ଦେବାକୁ ମାନବାଧିକାର କମିଶନ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାର ତଦନ୍ତ କରିଥିବା ଥାନା ଅଧିକାରୀ ପ୍ରତ୍ୟେକଙ୍କୁ ଅଢ଼େଇ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେବେ। ଏହି ଅର୍ଥ ଆଦାୟ ପାଇଁ ରାଜ୍ୟ ଗୃହ ବିଭାଗକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି।

ମତାମତ ଦିଅନ୍ତୁ ।