‘ନିଟ୍’ ପାଇଁ ୧୩ରେ ବନ୍ଦ ରହିବ ୟୁନିଟ୍-୧ ମାର୍କେଟ୍

ଭୁବନେଶ୍ୱର : ଜାତୀୟ ଯୋଗ୍ୟତା ପ୍ରବେଶିକା ପରୀକ୍ଷା ‘ନିଟ୍’ ପାଇଁ ପରୀକ୍ଷା କେନ୍ଦ୍ର ସମ୍ମୁଖରେ ଭିଡ଼ ନିୟନ୍ତ୍ରଣ କରିବାକୁ ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି) ପଦକ୍ଷେପ ନେଇଛି। ଆସନ୍ତା ୧୩ ତାରିଖ ଦିନ ୟୁନିଟ୍-୧ ମାର୍କେଟ୍ ବନ୍ଦ କରିବାକୁ ନିର୍ଦେଶ ଦିଆଯାଇଛି।

ବିଏମସି ପକ୍ଷରୁ ବିଭିନ୍ନ ବିକ୍ରେତା ସଙ୍ଗଠନ ସଭାପତିଙ୍କୁ ଲେଖାଯାଇଥିବା ଚିଠିରେ କୁହାଯାଇଛି କୋଭିଡ-୧୯ ସମୟରେ ୟୁନିଟ୍-୧ରେ ଥିବା ମଦର ପବ୍ଲିକ୍ ସ୍କୁଲରେ ଏକ ନିଟ୍ ପରୀକ୍ଷା କେନ୍ଦ୍ର ହୋଇଛି। ତେଣୁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଆସନ୍ତା ୧୩ ତାରିଖ ଦିନ ୟୁନିଟ୍-୧ ମାର୍କେଟ୍ ବନ୍ଦ ରହିବ। ସେଥିପାଇଁ ବିଏମସିର ନିର୍ଦ୍ଦେଶକୁ ପାଳନ କରିବାକୁ ମାର୍କେଟର ସମସ୍ତ ସଦସ୍ୟଙ୍କୁ କୁହାଯାଇଛି।

ମତାମତ ଦିଅନ୍ତୁ ।