ନିଟ୍ ଟପ୍ପର ସୋଏବଙ୍କ ସହ ମୁଖ୍ୟମନ୍ତ୍ରୀ ଫୋନରେ କଥା‌ ହେଲେ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନିଟ୍ ଟପ୍ପର ସୋଏବ ଅଫତାବଙ୍କ ସହ ଫୋନରେ କଥା ହୋଇଛନ୍ତି। ଏହି ଅବସରରେ ସେ ସଫଳତା ପାଇଁ ସୋଏବଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିବା ବେଳେ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇ ସୋଏବ ଖୁସି ବ୍ୟକ୍ତ ସହିତ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ସର୍ବଭାରତୀୟ ନିଟ୍ ପ୍ରବେଶିକା ପରୀକ୍ଷାରେ ରାଉରକେଲାର ସୋଏବ ଅଫତାବ ଟପ୍ପର ହୋଇଛନ୍ତି। ସେ ୭୨୦ରୁ ୭୨୦ ମାର୍କ ରଖି ଶତପ୍ରତିଶତ ସଫଳତା ହାସଲ କରିଛନ୍ତି। ସର୍ବଭାରତୀୟ ମେଡିକାଲ ଏଣ୍ଟ୍ରାନ୍ସରେ ଟପ୍ପର ହେବାରେ ସୋଏବ ହେଉଛନ୍ତି ଓଡ଼ିଶାର ପ୍ରଥମ ଛାତ୍ର। ରାଉରକେଲା ଆଜାଦ ମହଲାରେ ରହୁଥିବା ମହମ୍ମଦ ଆବାସଙ୍କ ପୁଅ ସୋଏବ। ରାଉରକେଲା ଡିସୁଜା ସ୍କୁଲରେ ପାଠ ପଢ଼ିଥିଲେ।

ମତାମତ ଦିଅନ୍ତୁ ।