ନୀତି ଆୟୋଗ ବିକାଶ ସୂଚକାଙ୍କ ରିପୋର୍ଟ : ଓଡିଶାର ସ୍ଥାନ ୧୯

ନୂଆଦିଲ୍ଲୀ : ନୀତି ଆୟୋଗର ୨୦୨୦-୨୦୨୧ ବିକାଶ ସୂଚକାଙ୍କ ରିପୋର୍ଟ ପ୍ରକାଶ ପାଇଛି। ଏହି ତାଲିକାରେ ଥିବା ୨୮ ରାଜ୍ୟ ମଧ୍ୟରେ କେରଳ ପ୍ରଥମ ସ୍ଥାନରେ ଥିବା ବେଳେ ଦ୍ୱିତୀୟ ସ୍ଥାନରେ ରହିଛି ହିମାଚଳ ପ୍ରଦେଶ। ତୃତୀୟ ସ୍ଥାନରେ ତାମିଲନାଡୁ ଓ ସୂଚକାଙ୍କର ୧୯ ତମ ସ୍ଥାନରେ ଓଡିଶା ରହିଛି।

ନୀତି ଆୟୋଗର ରିପୋର୍ଟରେ ୧୭ଟି ବିଷୟରେ ୩୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ପ୍ରଦର୍ଶନକୁ ନେଇ ଆକଳନ କରାଯାଇଛି। ଏଥିରେ ମୁଖ୍ୟତଃ ସାମାଜିକ, ଆର୍ଥିକ ଓ ପରିବେଶ ସ୍ଥିତିକୁ ବିଚାରକୁ ନିଆଯାଇଛି। ଦାରିଦ୍ର୍ୟ ଦୂରୀକରଣରେ ତାମିଲନାଡୁ ଓ ଦିଲ୍ଲୀର ପ୍ରଦର୍ଶନ ଭଲ ରହିଛି। ସ୍ୱାସ୍ଥ୍ୟ କ୍ଷେତ୍ରରେ ଦିଲ୍ଲୀ ଓ ଗୁଜରାଟ ଭଲ ପ୍ରଦର୍ଶନ କରିଛନ୍ତି। ନୀତି ଆୟୋଗ ଲଗାତାର ୩ ବର୍ଷ ହେଲା ଏଭଳି ରିପୋର୍ଟ ଜାରି କରିଆସୁଛି। ୨୦୧୮ରେ ଓଡ଼ିଶା ୨୨ତମ ସ୍ଥାନରେ ଥିବା ବେଳେ ୨୦୧୯ରେ ୧୫ତମ ସ୍ଥାନରେ ରହିଥିଲା।

Leave a Reply

Your email address will not be published. Required fields are marked *

Back to top button