ନୀତୀଶ କୁମାରଙ୍କୁ ପଥର ମାଡ଼

ମଧୁବନୀ : ବିହାର ବିଧାନସଭା ନିର୍ବାଚନ ପାଇଁ ଆଜି ହୋଇଛି ଦ୍ୱିତୀୟ ପର୍ଯ୍ୟାୟ ମତଦାନ। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ତୃତୀୟ ପର୍ଯ୍ୟାୟ ଭୋଟ ପାଇଁ ପ୍ରଚାର କରିଛନ୍ତି। ଏହି ପ୍ରଚାର ସମୟରେ ସେ ଲୋକଙ୍କ ଆକ୍ରୋଶର ଶିକାର ହୋଇଛନ୍ତି। ଶୋଭାଯାତ୍ରାରେ ସମ୍ବୋଧନ କରୁଥିବା ବେଳେ ତାଙ୍କ ଉପରକୁ ପଥମାଡ଼ କରାଯାଇଛି।

ମଙ୍ଗଳବାର ନୀତୀଶ କୁମାର ମଧୁବନୀ ଜିଲ୍ଲାର ହରଲାଖୀରେ ଆୟୋଜିତ ସାଧାରଣ ସଭାରେ ଯୋଗଦେଇଥିଲେ। ନିଯୁକ୍ତି ପ୍ରସଙ୍ଗରେ ଭାଷଣ ଆରମ୍ଭ କରିବା କ୍ଷଣି ତାଙ୍କ ବିରୋଧରେ ଲୋକମାନେ ନାରାବାଜୀ କରିଥିଲେ। ଭିଡ଼ ମଧ୍ୟରୁ କିଛି ଲୋକ ତାଙ୍କୁ ପଥର ମାଡ଼ କରିଥିବା କିଛି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ଏହି ଘଟଣାରେ ଅସନ୍ତୋଷ ପ୍ରକାଶ କରି ନୀତୀଶ କହିଥିଲେ ଆହୁରି ପଥର ମାଡ଼ କରନ୍ତୁ। ଏମିତି ପଥର ମାଡ଼ କରିଚାଲ। କିନ୍ତୁ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ। ଏହି ଘଟଣା ପରେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାରେ ନିୟୋଜିତ ଲୋକମାନେ ଘେରା ବନ୍ଦୀ କରି ଲୋକଙ୍କୁ ଶାନ୍ତ ରହିବାକୁ ବୁଝାଇଥିଲେ। ନୀତୀଶ କୁମାର ମଧ୍ୟ ନିର୍ବାଚନ ସଭାରେ ନିଜର ଭାଷଣ ପୂରା କରିଥିଲେ।

ମତାମତ ଦିଅନ୍ତୁ ।