ନିୟମ ଉଲଙ୍ଘନ : ଅଭିନେତ୍ରୀଙ୍କ ସମେତ ଅନେକଙ୍କ ନାଁରେ ମାମଲା

ମୁମ୍ବାଇ : ବିହାରରେ ଲକଡାଉନ ନିୟମ ଉଲଙ୍ଘନ। ଲାଲଗଞ୍ଜ ପୂର୍ବତନ ବିଧାୟକ ମୁନ୍ନା ଶୁକ୍ଲାଙ୍କ ପାର୍ଟିର ଭିଡିଓ ଭାଇରାଲ ହୋଇଥିଲା। ଏହାକୁ ଆଧାରକରି ବିହାର ପୋଲିସ ଭୋଜପୁରୀ ଫିଲ୍ମ ଇଣ୍ଡଷ୍ଟ୍ରିର ଅଭିନେତ୍ରୀ ତଥା ଗାୟିକା ଅକ୍ଷରା ସିଂହଙ୍କ ସମେତ ଅନେକ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିଛି।

ଖବର ଅନ୍ୟଯାୟୀ ଭାଇରାଲ ଭିଡିଓରେ ଶହ ଶହ ଲୋକ ବିନା ମାସ୍କରେ ଡ୍ୟାନ୍ସ କରୁଥିବା ଦେଖାଯାଇଛି। ଏପରିକି ମୁନ୍ନା ଶୁକ୍ଲା ବିନା ମାସ୍କରେ ଡ୍ୟାନ୍ସ କରୁଥିବା ବେଳେ ଅକ୍ଷରାଙ୍କ ବଡିଗାର୍ଡ ବିନା ମାସ୍କରେ ଅଛନ୍ତି। ଅକ୍ଷରା ସିଂହ ଷ୍ଟେଜରେ ଗୀତ ଗାଉଛନ୍ତି ଓ ଡ୍ୟାନ୍ସ କରୁଛନ୍ତି। ଆଉ ତଳେ ଡିଜେର ତାଳେତାଳେ ଅନେକ ମହିଳା ଡ୍ୟାନ୍ସ କରୁଥିଲେ ହେଁ କେହି ମାସ୍କ ପିନ୍ଧି ନାହାନ୍ତି। ଏହି ଭିଡିଓକୁ ସିନିୟର ଏଡିଟର ପ୍ରକାଶ କୁମାର ସେୟାର କରି ଲେଖିଛନ୍ତି ‘ଏମିତି କରୋନା ମୁକାବିଲା କରିବେ !’

ସେ ପୁଣି ଲେଖିଛନ୍ତି ଭୋଜପୁରୀ ଫିଲ୍ମ ଅଭିନେତ୍ରୀ ଅକ୍ଷରା ସିଂହ, ବିହାର ବାହୁବଳୀ ପୂର୍ବତନ ବିଧାୟକ ମୁନ୍ନା ଶୁକ୍ଲା, ପୂର୍ବତନ ବିଧାୟକ ଅନନୁ ଶୁକ୍ଲାଙ୍କ ପାର୍ଟିରେ ବିନା ମାସ୍କରେ ଗୀତ ଗାଇବା ଓ ଡ୍ୟାନ୍ସ କରୁଥିବା ଭିଡିଓ ଭାଇରାଲ ହୋଇଛି। ଭିଡିଓରେ ଜଣେ ପୋଲିସ ବାବୁ ମଧ୍ୟ ନିଜ ବନ୍ଧୁକ ଚଲାଉଥିବା ନଜର ଆସିଛନ୍ତି। ଏହି ଘଟଣାରେ ଅକ୍ଷରା ସିଂହଙ୍କ ସମେତ ୨୦୦ ଜଣଙ୍କ ବିରୋଧରେ ମାମଲା ରୁଜ୍ଜୁ ହୋଇଛି।

Leave a Reply

Your email address will not be published. Required fields are marked *

Back to top button