ନ୍ୟୁଜ୍ କଣ୍ଟେଣ୍ଟ ପାଇଁ ଫେସବୁକ୍ ଓ ଗୁଗଲକୁ ଦେୟ ଦେବାକୁ ପଡିବ

କାନବେରା : ଗୁଗଲ୍ ଓ ଫେସବୁକକୁ ସମ୍ବାଦ ବିଷୟବସ୍ତୁ ପାଇଁ ଦେୟ ଦେବାକୁ ପଡିବ। ଅଷ୍ଟ୍ରେଲିଆ ସରକାର ଏନେଇ ଯୋଜନା କରିଥିବା ବେଳେ ଗୁଗଲ ଓ ଫେସବୁକକୁ ମିଡିଆ କମ୍ପାନୀଗୁଡିକ ସହିତ ବୁଝାମଣା କରିବାକୁ ତିନି ମାସ ସମୟ ଦେଇଛନ୍ତି। ଏହି ନିୟମ ଆଣିବା ପାଇଁ ଅଷ୍ଟ୍ରେଲିଆ ସରକାର ଆଚରଣ ସଂହିତାର ଏକ ଡ୍ରାଫ୍ଟ ପ୍ରକାଶ କରିଛନ୍ତି। ଯେଉଁଥିରେ ବାଣିଜ୍ୟିକ ମିଡିଆ କମ୍ପାନୀ ଗୁଡିକରୁ ନିଆଯାଇଥିବା ସମ୍ବାଦ ବିଷୟବସ୍ତୁ ପାଇଁ ଏଣିକି ଡିଜିଟାଲ କମ୍ପାନୀ ଗୁଡିକୁ ଦେୟ ଦେବାକୁ ପଡିବ।

ଅଷ୍ଟ୍ରେଲିଆ ଅର୍ଥମନ୍ତ୍ରୀ ଜୋଶ ଫ୍ରଏଡେନବର୍ଗ କହିଛନ୍ତି ପ୍ରସ୍ତାବିତ ଆଇନ ଅନୁଯାୟୀ ଗୁଗୁଲ ଓ ଫେସବୁକ ହେଉଛି ପ୍ରଥମ ଟାର୍ଗେଟ୍। ଏହା ପରେ ଅନ୍ୟ ଡିଜିଟାଲ ପ୍ଲାଟଫର୍ମ ଗୁଡିକୁ ଦେୟ ମାଗାଯିବ। ସେ କହିଛନ୍ତି ଅଷ୍ଟ୍ରେଲୀୟ ମିଡିଆ କମ୍ପାନୀ ଗୁଡିକ ପାଇଁ ଏହା ଉପଯୁକ୍ତ ଅଟେ। ଏହା ପ୍ରତିଯୋଗିତା, ଉପଭୋକ୍ତା ସୁରକ୍ଷା ବୃଦ୍ଧି କରିବା ସହିତ ମିଡିଆ କ୍ଷେତ୍ରରେ ସ୍ଥିରତା ଆଣିବ। ଯଦି ଆମେରିକାର ଡିଜିଟାଲ ଫୋରମ୍ ଅଷ୍ଟ୍ରେଲିଆର ମିଡିଆ କମ୍ପାନୀ ଗୁଡିକ ସହିତ ତିନି ମାସ ମଧ୍ୟରେ ଚୁକ୍ତି ନକରନ୍ତି ତେବେ ଆର୍ବିଟ୍ରେଟର ନିଯୁକ୍ତ ହେବେ। ଯାହାର ନିଷ୍ପତ୍ତି ବାଧ୍ୟତାମୂଳକ ହେବ। ଅଗଷ୍ଟ ୨୮ ସୁଦ୍ଧା ଏହି ଡ୍ରାଫ୍ଟ ଉପରେ ଆଲୋଚନା ହେବ। ଏହାପରେ ସଂସଦରେ ଏହାକୁ ଆଗତ କରାଯିବ।

ମତାମତ ଦିଅନ୍ତୁ ।