ନ୍ୟୁୟର୍କର ବାସିନ୍ଦାଙ୍କ ପ୍ରେମରେ ନର୍ଗିସ୍

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ ନର୍ଗିସ୍‌ ଫାଖ୍‌ରି ନିଜ ଲଭ୍‌ ଲାଇଫ୍‌କୁ ନେଇ ସବୁ ବେଳେ ଚର୍ଚ୍ଚାରେ ରହିଛନ୍ତି। ଗୋଟିଏ ସମୟରେ ଉଦୟ ଚୋପ୍ରାଙ୍କ ସହ ଆଫେୟାରକୁ ନେଇ ଚର୍ଚ୍ଚାରେ ଥିଲେ। ୨୦୧୭ରେ ଏହାର ପରିସମାପ୍ତି ହୋଇଥିଲା। ତା’ପରେ କଥା ଉଠିଲା ନର୍ଗିସ୍‌ ଜଣେ ଫିଲ୍ମ ନିର୍ମାତାଙ୍କ ପ୍ରେମରେ ପଡ଼ିଛନ୍ତି। ଦୁହେଁ ବିବାହ କରିପାରନ୍ତି। କିନ୍ତୁ କିଛିଦିନ ପରେ ସଂପର୍କ ଭାଙ୍ଗିଗଲା ବୋଲି କୁହାଗଲା।

ଏବେ ପୁଣି ଆଲୋଚନା ହେଉଛି ନର୍ଗିସ୍‌ ପୁଣି ନ୍ୟୁୟର୍କର ବାସିନ୍ଦା ସେଫ୍‌ ଜଷ୍ଟିନ୍‌ ସାଣ୍ଟୋସ୍‌ଙ୍କ ପ୍ରେମରେ ପଡ଼ିଛନ୍ତି। ନିକଟରେ ସେ ସାଣ୍ଟୋସ୍‌ଙ୍କ ସହ ଛୁଟି କଟାଇବାକୁ ଯାଇଥିବା ବେଳେ ଅନେକଗୁଡ଼ିଏ ଫଟୋ ଓ ଭିଡିଓକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ସେଥିରେ ସେମାନଙ୍କୁ ଏକ ଜଙ୍ଗଲରେ ଦେଖିବାକୁ ମିଳୁଛି। ୱାର୍କଫ୍ରଣ୍ଟ କଥା କହିବାକୁ ଗଲେ ନର୍ଗିସ୍‌ଙ୍କୁ ଆଗକୁ ‘ଟୋରବାଜ୍‌’ରେ ଦେଖିବାକୁ ମିଳିବ। ସେଥିରେ ତାଙ୍କ ସହ ସଞ୍ଜୟ ଦତ୍ତ ଓ ରାହୁଲ ଦେବ ସ୍କ୍ରିନ୍‌ ସେୟାର କରିବେ। ତାହା ଏକ ଆକ୍ସନ୍‌ ଥ୍ରିଲର ହେବ।

ମତାମତ ଦିଅନ୍ତୁ ।