କଙ୍ଗନା ଦେହରେ କେହି ହାତ ଲଗାଇ ପାରିବେନି : ଗୃହମନ୍ତ୍ରୀ

ମୁମ୍ବାଇ : ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତଙ୍କୁ ବିରୋଧ କରୁଥିବା କଂଗ୍ରେସ କର୍ମୀଙ୍କୁ ମଧ୍ୟ ପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଆମ ଭଉଣୀକୁ କିଏ ହାତ ବି ଲଗେଇ ପାରିବନି। ସୁଟିଂ ବେଳେ ତାଙ୍କୁ କିଛି ସମସ୍ୟା ହେବନାହିଁ।

ସୂଚନାଯୋଗ୍ୟ ଯେ ଗୁରୁବାର ଦିନ ବେତୁଲ ଜିଲ୍ଲା ସାରଣୀରେ କଙ୍ଗନାଙ୍କୁ ବିରୋଧ କରିବାକୁ ପହଞ୍ଚିଥିବା କଂଗ୍ରେସ କର୍ମୀ ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। କର୍ମୀଙ୍କୁ କାବୁ କରିବାକୁ ପୋଲିସ ଲାଠିଚାର୍ଜ କରିବ ସହ ୱାଟର କେନନ ବ୍ୟବହାର କରିଥିଲା। ପୋଲିସ ଲାଠିଚାର୍ଜରେ କଂଗ୍ରେସର ୬ରୁ ଅଧିକ କର୍ମୀ ଆହତ ହୋଇଥିଲେ। ହଙ୍ଗାମା ପାଖାପାଖି ୨ ଘଣ୍ଟା ଚାଲିଥିଲା। ହଙ୍ଗାମା ପରେ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଚର୍ଚ୍ଚା ହୋଇଥିଲା। କଂଗ୍ରେସ ଚେତାବନୀ ଦେଇଥିଲା ଯେ ଆଗାମୀ ୪୮ ଘଣ୍ଟା ମଧ୍ୟରେ କଙ୍ଗନା କ୍ଷମା ନ ମାଗିଲେ କଂଗ୍ରେସ ପୁଣି ପ୍ରଦର୍ଶନ କରିବ।

Leave a Reply

Your email address will not be published. Required fields are marked *

Back to top button