ନୂଆ ଡିଜିଟାଲ ଆଇନ ମାନିବାକୁ ସପ୍ତାହେ ସମୟ ମାଗିଲା ଟ୍ୱିଟର

ନୂଆଦିଲ୍ଲୀ: ଭାରତର ନୂଆ ଡିଜିଟାଲ ଆଇନକୁ ଅନୁପାଳନ କରିବାକୁ ସୋସିଆଲ ମିଡିଆ ସଂସ୍ଥା ଟ୍ୱିଟର ରାଜି ହୋଇଛି। ଭାରତ ସରକାରଙ୍କ ନିକଟରେ ବିସ୍ତୃତ ତଥ୍ୟ ଦାଖଲ କରିବାକୁ ଏକ ସପ୍ତାହ ସମୟ ମାଗିଛି।

ଭାରତ ସରକାର ଟ୍ୱିଟରକୁ ଶେଷ ନୋଟିସ ଜାରି କରି ନୂଆ ଆଇନ ପାଳନ କରିବାକୁ ଚେତାବନୀ ଦେଇଥିଲେ। ଟ୍ୱିଟର ଏହାକୁ ପାଳନ ନ କଲେ ସଂସ୍ଥା ବିରୋଧରେ ଆଇନଗତ ପଦକ୍ଷେପ ନିଆଯିବ ବୋଲି ଚେତାଇ ଦେଇଥିଲେ। ଏହି ନୋଟିସର ଜବାବ ଦେଇ ଟ୍ୱିଟର ନୂଆ ଆଇନ ମାନିବାକୁ ଯଥା ସମ୍ଭବ ଚେଷ୍ଟା କରୁଥିବା କହିଛି। ସରକାରଙ୍କ ନିକଟରେ ବିସ୍ତୃତ ତଥ୍ୟ ଦାଖଲ କରିବାକୁ ଆଉ ସପ୍ତାହେ ସମୟ ମାଗିଛି।

ସଂସ୍ଥା ପକ୍ଷରୁ କୁହାଯାଇଛି ଆମେ ନିୟମର କାର୍ଯ୍ୟକାରିତାର ଗୁରୁତ୍ୱକୁ ବୁଝିପାରୁଛୁ। ଆମେ ମଧ୍ୟ ଯଥା ସମ୍ଭବ ଏହାକୁ ପାଳନ କରିବାକୁ ସ୍ୱଚ୍ଛତାର ସହ ଚେଷ୍ଟା କରୁଛୁ। ଗାଇଡଲାଇନ ଅନୁଯାୟୀ ଆମେ ଭାରତରୁ କର୍ମଚାରୀ ନିଯୁକ୍ତ କରିବା ପ୍ରକ୍ରିୟା ଆରମ୍ଭ କରିଛୁ।

Leave a Reply

Your email address will not be published. Required fields are marked *

Back to top button