ନୂଆ ହୋମ୍‌ଗାର୍ଡ ନିଯୁକ୍ତି ଉପରେ ବ୍ରେକ

ଭୁବନେଶ୍ୱର : ରାଜ୍ୟରେ ଆଉ ନୂଆ ହୋମ୍‌ଗାର୍ଡ (ଗୃହରକ୍ଷୀ) ନିଯୁକ୍ତି ହେବନାହିଁ। ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଥିବା ବେଳେ ଗୃହ ବିଭାଗ ନିର୍ଦ୍ଦେଶନାମ ଜାରି ହୋଇଛି। ଏଣିକି ଖାଲି ପଦବୀ ମଧ୍ୟରୁ ୩ଜଣ ହୋମଗାର୍ଡଙ୍କ ସ୍ଥାନରେ ଜଣେ କନଷ୍ଟେବଳଙ୍କୁ ନିଯୁକ୍ତ ଦିଆଯିବ।

ରାଜ୍ୟରେ ମୋଟ ୧୭ ହଜାର ୬୭୫ ହୋମଗାର୍ଡ ପଦବୀ ରହିଛି। ସେଥିରୁ ୧୬ ହଜାର ପଦବୀରେ ହୋମଗାର୍ଡ ନିଯୁକ୍ତ ଅଛନ୍ତି। ହୋମଗାର୍ଡଙ୍କ ଦୈନିକ ଭତ୍ତା ୩ଶହ ଟଙ୍କାରୁ ୫୩୩ ଟଙ୍କାକୁ ବୃଦ୍ଧି କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିବାରୁ ରାଜ୍ୟ ସରକାର ଏ ଦିଗରେ ପଦକ୍ଷେପ ନେଇଛନ୍ତି। କିନ୍ତୁ ଏହି ବର୍ଦ୍ଧିତ ଅର୍ଥ ପାଇଁ ରାଜ୍ୟ ସରକାରଙ୍କ ଉପରେ ଆର୍ଥିକ ବୋଝ ବଢିଥିବାରୁ ଅର୍ଥ ବିଭାଗର ପରାମର୍ଶ କ୍ରମେ ଖାଲିଥିବା ହୋମଗାର୍ଡ ପଦବୀରେ କୌଣସି ନିଯୁକ୍ତି ନ କରିବାକୁ ଗୃହ ବିଭାଗ ସ୍ଥିର କରିଛି।

ସରକାର ଯୁକ୍ତି ଦର୍ଶାଇଛନ୍ତି ୧୫୭୫ ହୋମଗାର୍ଡ ପଦବୀ ଖାଲିଥିବାରୁ ଏହାର ବିଶେଷ ପ୍ରଭାବ ପଡିବନି। ସରକାରଙ୍କ ଏଭଳି ନିଷ୍ପତ୍ତିକୁ ଗୃହରକ୍ଷୀ ସଂଘ ନାପସନ୍ଦ କରିଥି ବେଳେ ଆଇନଶୃଙ୍ଖଳା ଓ ଟ୍ରାଫିକ ବ୍ୟବସ୍ଥାରେ ସମସ୍ୟା ଉପୁଜିବ ବୋଲି କହିଛି। ସଂଘ ଦାବି କରିଛି ନିଷ୍ପତ୍ତିର ପୁନଃ ବିଚାର କରାଯାଉ।

ମତାମତ ଦିଅନ୍ତୁ ।