ନୂଆପଡ଼ା : ବାଘ ମୁଣ୍ଡ ଓ ଛାଲ ଜବତ

ନୂଆପଡ଼ା : ନୂଆପଡ଼ା ବନ ବିଭାଗ ଟିପାଝର ଗାଁର ଜଣଙ୍କ ଘରୁ କଲରାପତରିଆ ବାଘର ମୁଣ୍ଡ ଓ ଛାଲ ଜବତ କରିଛି। ଚଢ଼ଉ ବେଳେ କଲରାପତରିଆ ବାଘର ମୁଣ୍ଡ ଓ ଛାଲ ସହିତ ୨୦ କିଲୋ ବାର୍‌ହା ମାଂସ, ବଜ୍ରକପ୍ତାର କାତି ଓ କିଛି ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ଏହି ଘଟଣାରେ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି। ବନ ବିଭାଗର ଏସିଏଫ ଜୟରାମ ଶବର ଓ ରେଞ୍ଜର ବିନୀତା ଭୋଇ ଘଟଣାର ତଦନ୍ତ ଚଲାଇଛନ୍ତି।

ମତାମତ ଦିଅନ୍ତୁ ।