ନୂଆପଡ଼ା ଜିଲ୍ଲାରେ ୧୫୫ ସରକାରୀ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବନ୍ଦ ହେବ

ନୂଆପଡ଼ା : ନୂଆପଡ଼ା ଜିଲ୍ଲାରେ ୧୩୯ ପ୍ରଥମିକ ବିଦ୍ୟାଳୟ ଓ ୧୬ଟି ଉଚ୍ଚ ପ୍ରଥମିକ ବିଦ୍ୟାଳୟ ବନ୍ଦ ହେବ। ଛାତ୍ର ଉପସ୍ଥାନ ୨୦ କିମ୍ବା ଏହା ଠାରୁ କମ ପ୍ରତିଶତ ରହୁଥିବାରୁ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ସେହିପରି ଛାତଛାତ୍ରୀ ସଂଖ୍ୟା ଥିଲେ ମଧ୍ୟ ୧ କିମି ଦୂରତା ଭିତରେ ଅନ୍ୟ ବିଦ୍ୟାଳୟ ଥିବାରୁ ୬୪ଟି ବିଦ୍ୟାଳୟ ବନ୍ଦ କରାଯିବ। ଏସବୁକୁ ମିଶାଇ ମୋଟ ୧୫୫ଟି ବିଦ୍ୟାଳୟ ବନ୍ଦ ହେବାକୁ ଯାଉଥିବା ସୂଚନା ମିଳିଛି। ଏହାଛଡା ୧୪ଟି ବିଦ୍ୟାଳୟରୁ ଷଷ୍ଠରୁ ଅଷ୍ଟମ ଶ୍ରେଣୀକୁ ବାଦ ଦିଆଯାଇ କେବଳ ପ୍ରଥମରୁ ପଞ୍ଚମ ପର୍ଯ୍ୟନ୍ତ ପାଠପଢ଼ାଯିବ। ବନ୍ଦ ହେବାକୁ ଥିବା ସ୍କୁଲଗୁଡିକ ନିକଟସ୍ଥ ବିଦ୍ୟାଳୟରେ ମିଶ୍ରଣ କରାଯିବା ସହ ଶିକ୍ଷକଙ୍କୁ ଅନ୍ୟ ସ୍କୁଲଗୁଡକୁ ବଦଳି କରାଯିବ।

ବିଭାଗର ସୂଚନା ଅନୁଯାଇ ବନ୍ଦ ହେବା ତାଲିକାରେ ନୂଆପଡ଼ା ବ୍ଳକରେ ୨୩ଟି ସ୍କୁଲ ଥିବା ବେଳେ କୋମନା ବ୍ଳକରେ ୧୫ଟି, ଖଡ଼ିଆଳ ବ୍ଳକରେ ୮ଟି, ବୋଡ଼େନ ବ୍ଳକରେ ୮ଟି ଓ ସିନାପଳି ବ୍ଳକରେ ୧୭ଟି ସ୍କୁଲ ରହିଛି। ସେହିପରି ୧ କିମି ଦୂରତାରେ ରହିଥିବା ବିଦ୍ୟାଳୟ ମଧ୍ୟରେ ନୂଆପଡ଼ା ବ୍ଳକରେ ୨୭ଟି, କୋମନା ବ୍ଳକ୧୫ଟି, ଖଡ଼ିଆଳ ବ୍ଳକରେ ୭ଟି, ବୋଡ଼େନ ବ୍ଳକରେ ୮ଟି ଓ ସିନାପାଳି ବ୍ଳକରେ ୭ଟି ସ୍କୁଲ ମିଶାଇ ମୋଟ ୬୪ଟି ସ୍କୁଲ ରହିଛି। ଷଷ୍ଠରୁ ଅଷ୍ଟମ ଶ୍ରେଣୀ ବାଦ ଦିଆଯାଇଥିବା ସ୍କୁଲ ନୂଆପଡ଼ା ବ୍ଳକରେ ୨ଟି, କୋମନା ବ୍ଳକରେ ୫ଟି, ଖଡ଼ିଆଳ ବ୍ଳକରେ ୪ଟି, ବୋଡ଼େନ ବ୍ଳକରେ ଗୋଟିଏ ଓ ସିନାପଳି ବ୍ଳକରେ ୨ଟି ସ୍କୁଲ ରହିଛି।

ମତାମତ ଦିଅନ୍ତୁ ।